Wednesday , August 4 2021
Breaking News
Home / ବିଶେଷ / ବିରଳ ନାଗ ସାପ ଉଦ୍ଧାର

ବିରଳ ନାଗ ସାପ ଉଦ୍ଧାର

କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ ନଳପାରି ଗ୍ରାମର ଅଶୋକ ବିଶ୍ୱାଳ ନାମକ ବ୍ୟକ୍ତିଙ୍କ ବାଇଗଣ କିଆରିରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ନାଗସାପ । ଶ୍ରୀ ବିଶ୍ୱାଳ ତାଙ୍କ ବିଲରେ ବାଇଗଣ ଚାଷ କରିଥିଲେ । ସେହି ବାଇଗଣ କିଆରି ଚର୍ତୁପାଶ୍ୱର୍ରେ ଜାଲ ବୁଲେଇ ଦେଇଥିଲେ । ସେହି ଜାଲରେ ୪ଫୁଟ ଲମ୍ବର ଏକ ବିରଳ ପ୍ରଜାତିର ନାଗସାପଟି ସଂପୂର୍ଣ୍ଣ ଭାବେ  ଛନ୍ଦି ହୋଇପଡିଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *