Monday , June 21 2021
Breaking News
Home / ବିଶେଷ / ବିଭିନ୍ନ ସ୍ଥାନରେ ଗଣେଷ ପୂଜା ପାଳିତ 

ବିଭିନ୍ନ ସ୍ଥାନରେ ଗଣେଷ ପୂଜା ପାଳିତ 

 ତାରପୁର,୦୨/୦୯/୨୦୧୯(ଓଡ଼ିଶା ସମାଚାର)-ପାର୍ବଣ ଋତୁର ଆରମ୍ଭରେ  ରଘୁନାଥପୁର ବ୍ଲକ୍ ର ବିଭିନ୍ନ ଅଂଚଳରେ ବିଘ୍ନରାଜ ଗଣେଷ ଙ୍କ ପୂଜା  ଧୁମଧାମ ରେ ପାଳିତ ହୋଇ ଯାଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠନ , ଯୁବକ ସଂଘ,  ବଜାର କମିଟି,  ତଥା ବ୍ୟକ୍ତି ବିଶେଷ ଗଣେଷ ଉତ୍ସବ ଆନନ୍ଦ ଉଲାସରେ ପାଳନ କରୁଛନ୍ତି । ଭୋର ରୁ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀମାନେ ନୂଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ଫୁଲ ସହ ସ୍କୁଲ ମାନଙ୍କରେ ପହଂଚିଥିବା ଦେଖାଯାଇଥିଲା । ପ୍ରାୟତଃ ଯାଗାରେ ପ୍ରଭୁଙ୍କୁ ପୁଷ୍ପାଂଜଳୀ ଅର୍ପଣ କରି ଭୋଜି ଭାତର ଆସର ବସିଥିଲା । ତାରପୁର ବାଇପାସ ରେ ଥିବା ମହାବୀର କ୍ଲବ ପକ୍ଷରୁ ଯୁବକମାନେ ପ୍ରଭୁ ଗଜାନନ ଙ୍କୁ ପୂଜା କରିଥିଲେ । ଜଗନ୍ନାଥପୁର, ଭୋପାଳପୁର,ରଘୁନାଥପୁର, ଜଇପୁର ଛକ,  ଜଇପୁର ହାଟ ବଜାର, ରେଢ଼ୁଆ,  ତରିକୁନ୍ଦ,  ଜଇଶୋଳ,  ବରାଗୋଳ, ଇତ୍ୟାଦି ସ୍ଥାନରେ ଆକର୍ଷଣିୟ ତୋରଣ ସହ ସୁସଜିତ ମେଢ଼ରେ ଗଣେଷ ପୂଜା ପାଉଥିବାବେଳେ ସନ୍ଧ୍ୟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।  ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଥାନା ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଆଦର୍ଶ ଥାନାର ପ୍ରଥମ ଥାନା ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରଜନୀକାନ୍ତ ସାମଲ ଙ୍କ …

Leave a Reply

Your email address will not be published. Required fields are marked *