Sunday , June 13 2021
Breaking News
Home / କୃଷି / ବିଭିନ୍ନ ସ୍ଥାନରେଧାନ ମଣ୍ଡି  ଖୋଲିଲା

ବିଭିନ୍ନ ସ୍ଥାନରେଧାନ ମଣ୍ଡି  ଖୋଲିଲା

ରଘୁନାଥପୁର ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧିନରେ ଆଜି ଧାନ ମଣ୍ଡି ଖୋଲାଯାଇଅଛି । ସମିତିର ସମ୍ପାଦକ ବିଜୟ କୁମାର ସାହୁ ଙ୍କ ତତ୍ୱାବଧାନରେ ସ୍ଥାନୀୟ ସରପଂଚ ଚନ୍ଦନା ମହାନ୍ତି , ସମିତି ସଭ୍ୟା ନିଲୁବାଳା ମହାନ୍ତିଙ୍କ ଉପସ୍ଥିତିରେ ପୂର୍ବତନ ସମିତି ସଭାପତି ସରୋଜ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  କ୍ରୟ କମିଟି ପକ୍ଷରୁ ବସନ୍ତ କୁମାର ଦ୍ୱିବେଦୀ, ଚୈତନ୍ୟ ଚରଣ ଦାସ, ସଫଳ ଚାଷୀ ବୁଲୁ ଓଝା, ରତ୍ନାକର ଦାସ, ବାବାଜୀ ଚରଣ ଦାସ, ନଗେନ୍ଦ୍ର ଓଝା, ଦୂର୍ଯେ୍ୟାଧନ ବେଉରା,ରଂଜନ ମହାନ୍ତି , ବୁଦ୍ଧେଶ୍ୱର ସାହୁ, ତୁଷାରକାନ୍ତ ଭୋଳ, ରବିନ୍ଦ୍ର କୁମାର ବିଶ୍ୱାଳ,ପାଣୁ ସେଠୀ , ଯଦୁନାଥ ପାଢ଼ୀ,ସୁରେନ୍ଦ୍ରନାଥ ସାହୁ, ପ୍ରଦୀପ୍ତ ମହାନ୍ତି, ପ୍ରଭୁଦତ ମହାନ୍ତି, ପିତାମ୍ବର ପାତ୍ର, ଲକ୍ଷ୍ମୀଧର ମହାନ୍ତି  ଉପସ୍ଥିତ ଥିବାବେଳେ ଏଆରସିଏସ  ଏରିଆ ଅଫିସର ରାଖାଲ ଚନ୍ଦ୍ର ସାମଲ ମଧ୍ୟ ଉପସ୍ଥିତ ଥିଲେ । ଏଠାରୁ ୨ ହଜାର କୁଇଂଟାଲ ଧାନ ସଂଗ୍ରହ କରାଯିବାକୁ ଥିବାବେଳେ ପ୍ରତି ସୋମବାର ଓ ମଙ୍ଗଳବାର  ଧାନ କ୍ରୟ କରାଯିବାର ସ୍ଥିର କରାଯାଇଛି ।  ଡ଼ିଇଓ ଦୂର୍ଗା ପ୍ରସାଦ ରାଉତ, କର୍ମଚାରୀ ପ୍ରଫୁଲ କୁମାର ସେଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସେହିପରି ଏହି ବ୍ଲକ୍ ଅନ୍ତର୍ଗତ ରାଢ଼ଙ୍ଗ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧିନରେ ଥିବା ଧାନମଣ୍ଡିକୁ ସମିତି ସମ୍ପାଦକ ଭଗବାନ ପ୍ରସାଦ ସ୍ୱାଇଁଙ୍କ ତତ୍ୱାବଧାନରେ ସୁନାମଧନ୍ୟ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ସରପଂଚ ବିଷ୍ଣୁ ଚରଣ ରାଉତ, ଏଆରସିଏସ ଏରିଆ ଅଫିସର ରାଖାଲ ଚନ୍ଦ୍ର ସାମଲ, କ୍ରୟ କମିଟି ପକ୍ଷରୁ କାଳନ୍ଦୀ ସ୍ୱାଇଁ, ଦିଲିପ ନାୟକ, ଅକ୍ଷୟ ସାହୁ , ସଫଳ ଚାଷୀ ପ୍ରଶାନ୍ତ କୁମାର ଜେନା, ବିପିନ ବିହାରୀ ମୁଦୁଲୀ, ବିଜନ କୁମାର ନାୟକ, ସୁଧିୀରଂଜନ ବାରିକ,ଦୀପ୍ତିରଂଜନ ରାଉତ, ବିଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ୨ ହଜାର କୁଇଂଟାଲ ଧାନ କ୍ରୟ କରାଯିବାର ଲକ୍ଷ ରଖାଯାଇଛି । ଡ଼ିଇଓ ପ୍ରିୟଙ୍କା ରାଉତ, କର୍ମଚାରୀ ଗୋବିନ୍ଦ ସ୍ୱାଇଁ କାଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଆହୁରି ମଧ୍ୟ ରେଢ଼ୁଆ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧିନରେ ସମିତିର ସମ୍ପାଦକ ସୁରେନ୍ଦ୍ର ନାଥ ଦାସ ଓ ସହ ସମ୍ପାଦକ ପ୍ରକାଶ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ସରପଂଚ ଜ୍ୟୋତିର୍ମୟୀ ଜେନା ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତଅଁରା ସରପଂଚ କବିତା ନାୟକ, ସଭ୍ୟ ସଂଜୟ କୁମାର ସ୍ୱାଇଁ, ଏଆରସିଏସ ଏଓ ରାଖାଲ ଚନ୍ଦ୍ର ସାମଲ, କ୍ରୟ କମିଟି ପକ୍ଷରୁ ବିପିନ ବିହାରୀ ସ୍ୱାଇଁ, ସାରଦା ବେହେରା,ମନୋଜ କୁମାର ନାୟକ , ସନ୍ତୋଷ କୁମାର ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ଥିବାବେଳେ କର୍ମଚାରୀ ଉଲାସ ଚନ୍ଦ୍ର ସ୍ୱାଇଁ , ସୌରଭ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ୪୦୭ ଜଣ ପଂଜିକୃତ ହୋଇଥିବାବେଳେ ୨ ହଜାର କୁଇଂଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ ରଖାଯାଇଛି । ସମସ୍ତ ମଣ୍ଡିରୁ ଲକ୍ଷ୍ମୀ ନାରାୟଣ ଆଗ୍ରୋଟେକ୍ ଧାନ କ୍ରୟ କରିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଣ ପାଇଁ  ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଇଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ …

Leave a Reply

Your email address will not be published. Required fields are marked *