Tuesday , June 15 2021
Breaking News
Home / ଶିକ୍ଷା / ବିଭିନ୍ନ ସମସ୍ୟାକୁ ନେଇ ସୂଚନା ଭବନରେ ରାଜ୍ୟ ଗ୍ରନ୍ଥାଗାରିକ ସଂଘର ବୈଠକ

ବିଭିନ୍ନ ସମସ୍ୟାକୁ ନେଇ ସୂଚନା ଭବନରେ ରାଜ୍ୟ ଗ୍ରନ୍ଥାଗାରିକ ସଂଘର ବୈଠକ

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟର ଗ୍ରନ୍ଥାଗାର ଓ ଗ୍ରନ୍ଥାଗାରିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘର ଏକ ବୈଠକ ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଂଗଠନିକ ସଭାପତି ହୃଷିକେଶ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଓୟୁଏଟିର ମୁଖ୍ୟ ଗ୍ରନ୍ଥାଗାରିକ ଡଃ ରବିନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ସଂଘର ପ୍ରତିଷ୍ଠାତା ଅର୍ଜ୍ଜୁନ କୁମାର ଜେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପାଠାଗାରର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ମହାବିଦ୍ୟାଳୟ ପାଠାଗାର ଗୁଡିକ ବହୁସମସ୍ୟାଦେଇ ଗତିକରୁଥିବା ପ୍ରକାଶ କରିବାସହିତ ଇ-ଲାଇବ୍ରେରୀ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗ୍ରନ୍ଥାଗାରିକ ମାନେ ପାଠାଗାର ର ବହୁବିଧ ଉନ୍ନତି କ୍ଷେତ୍ରରେ ସେମାନଙ୍କର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବେସରକାରୀ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ମାନଙ୍କର ବେତନମାନବୃଦ୍ଧି ସହିତ ସେମାନଙ୍କୁ ଶିକ୍ଷକ ମାନ୍ୟତା ପ୍ରଦାନ କରିବା , ପାଠାଗାରର ଉନ୍ନତିକରଣ , ଇ-ଲାଇବ୍ରେରୀ ବ୍ୟବସ୍ଥା ପ୍ରଚଳନ ଓ ଯୁକ୍ତ ୨ ପାଠ୍ୟକ୍ରମରେ ଗ୍ରନ୍ଥାଗାର ବିଜ୍ଞାନକୁ ସ୍ଥାନଦେବା ଇତ୍ୟାଦି କୁ ନେଇ ସରକାରଙ୍କ ଠାରେ ଦାବି ଜଣାଇବାକୁ ସ୍ଥିର କରାଯାଇଥିଲା । ସଂଘର ସଂପାଦକ ପ୍ରଦୀପ୍ତ କୁମାର ସାହୁ ବିବରଣୀ ପାଠ ଓ ସହ –ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂଗଠାନିକ ସଂପାଦକ ଆଦିତ୍ୟ କୁମାର ମିଶ୍ର, ନନ୍ଦ କିଶୋର ଧୀର୍ , ଅଭିମନ୍ୟୁ ସାମଲ, ଭବେଶକୁମାର ନାୟକ , ବିଜୟ ଧଳ, ଦୀନବଂଧୁ ପରିଡା , ଲଲାଟ କିଶୋର ମହାନ୍ତି.ହେମନ୍ତ କୁମାର ଶତପଥୀ, ତନୟା ନାୟକ ଓ ସଲିଳା ନାୟକ ସମେତ ବିଭିନ୍ନ ଜିଲ୍ଲାରୁ ୫୦ ରୁ ଉର୍ଦ୍ଧ୍ୱ ଲାଇବ୍ରେରୀଆନ ଯୋଗ ଦେଇଥିଲେ । ଶେଷରେ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପର୍ଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *