Sunday , June 20 2021
Home / ତାଜା ଖବର / ବିଭିନ୍ନ ଦାବି ନେଇ ସମିତିସଭ୍ୟ ଓ ସମର୍ଥକଙ୍କ ଗଣଧାରଣା

ବିଭିନ୍ନ ଦାବି ନେଇ ସମିତିସଭ୍ୟ ଓ ସମର୍ଥକଙ୍କ ଗଣଧାରଣା

ସାଲେପୁର ୨୯/୦୮/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ମୁତାରିଫା ପଂଚାୟତର ସମିତିସଭ୍ୟ ତଥା ସି.ପି.ଆଇ. ନେତା ଉଦୟ କେଶରୀ ବର୍ମା ତାଙ୍କର ସମର୍ଥକମାନଙ୍କ ସହ ବିଭିନ୍ନ ଦାବି ନେଇ ସାଲେପୁର ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ବି.ଡ଼ି.ଓ. ଶ୍ରୀ ବର୍ମାଙ୍କୁ ଉଦ୍ଧେଶ୍ୟମୂଳକ ଭାବେ ସରକାରୀ କାର୍ଯ୍ୟକ୍ରମକୁ ନଡାକିବା , ବ୍ୟାପକ ଦୁର୍ନିୀତି ଓ ପି.ସି କାରବାର ସଂକ୍ରାନ୍ତରେ ପଚାରିବାରୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ଧାରଣା ଦେଇଥିଲେ । ଏହାକୁ ସମର୍ଥନକରି ପ୍ରାକ୍ତନ ଅଧ୍ୟକ୍ଷ ରବିନ୍ଦ୍ରନାଥ କର ଏହାର ଦୃଢ଼ ନିନ୍ଦା କରିଥିଲେ । ପଂଚାୟତ ସମିତି ବୈଠକ ନିୟମିତ ନବସିବା , ଫନି ବାତ୍ୟା ତଦନ୍ତରେ ହେରଫେର୍, ଆବାସ ଯୋଜନାର ପୁନଃ ତଦନ୍ତ ଆଦି ଉପରେ ସିପିଆଇ ନେତା ଅମରେନ୍ଦୁ ମହାନ୍ତି , ପ୍ରଶାନ୍ତ କୁମାର ବେହେରା ଧାରଣା ସ୍ଥଳରୁ ଶ୍ରୀ ବର୍ମା ଓ ଅନ୍ୟମାନଙ୍କୁ ଉଠାଇବା ସହ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ରକୁ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *