Wednesday , August 4 2021
Breaking News
Home / ବିଶେଷ / ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର, “ଦୁଃଖିନୀ କନିକା”ର ରଚୟିତା, ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କର ୧୩୫ତମ ଜନ୍ମ ଜୟନ୍ତୀ ବୁଧବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସକାଳ୬ଟାରୁ ଶତାଧିକ ଯୁବକ/ଯୁବତୀ ମାନଙ୍କୁ ନେଇ ଇଚ୍ଛାପୁର ଅଗ୍ନିଶମ କାର୍ଯ୍ୟାଳୟ ନିକଟରୁ ଏକ ମିନି ମାରାଥନ ବା ଗଣଦୈାଡ ଆରମ୍ଭ ହୋଇଥିଲା । ଏହାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ  ଅଧିକାରୀ  ଚନ୍ଦ୍ରକାନ୍ତ ନାୟକ  ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଅକ୍ମଲ ଅଲ୍ଲି, ସୈାକତ ଖାନ, ଜ୍ୟୋର୍ତୀମୟ ଦାସ,  ପ୍ରଫୁଲ୍ଲ ପ୍ରଧାନ,  ମନୋଜ ସାହୁ,  ସସ୍ମିତା ପଣ୍ଡା, ସୋନାଲିକା ମହାନ୍ତି, ସେକ ରିଜୁଆନ, ବିଜୟ ଲକ୍ଷ୍ମି କର ପ୍ରମୁଖ ଯୋଗଦେଇ ଆନନ୍ଦ ମାର୍ଗସ୍ଥିତ ବିପ୍ଳବି ଆନନ୍ଦ ଜେନାଙ୍କ ପ୍ରତିମୂର୍ତି ନିକଟରେ ପହଁଚିଥିଲେ । ଏହାପରେ ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟିର ସଭାପତି  କରୁଣାକର ଦାସଙ୍କ ସଭାପତିତ୍ୱରେ ସମାରୋହ ଆରମ୍ଭ ହୋଇ ପ୍ରାରମ୍ଭରେ ସଙ୍ଗଠନ ସଂପାଦକ  ରମଣୀ ରଂଜନ ରାଉତରାୟଙ୍କ ପ୍ରାରମ୍ଭିକ ସୂଚନା ପରେ ସହିଦଙ୍କ ପ୍ରତିମୂର୍ତୀରେ ସାମୁହିକ ପୁଷ୍ପମାଲ୍ୟ  ଅର୍ପଣ କରାଯାଇଥିଲା । ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେଇ ବିପ୍ଳବୀଙ୍କ ସ୍ମୃତିରେ ପ୍ରତିଷ୍ଠା ହେବାକୁ ଥିବା ଏକ ପାଠାଗାର ନିମନ୍ତେ ସେ ଜମି ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ।  ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ  ଶଶିଭୂଷଣ ବେହେରା ଯୋଗଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ତୁରନ୍ତ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରାଯିବା ନିମନ୍ତେ ସେ ଆବଶ୍ୟକ ପଦକ୍ଷେପ ପାଇଁ  ପ୍ରତିଶୃତି ଦେଇଥିଲେ ।  ଏଥିସହିତ ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ଆନନ୍ଦମାର୍ଗରେ ବୃକ୍ଷରୋପଣ କରାଯାଇଥିଲା । ସମ୍ମାନୀୟ ଅତିଥିଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି  ନକୁଳ ଚରଣ ଦାସ, ପୂର୍ବତନ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା  ଆଠମଲ୍ଲିକର ବିଧାୟକ ରମେଶ ଚନ୍ଦ୍ର ସାଏ, ରାଉରକେଲା ବିଧାୟକ  ଶାରଦା ପ୍ରସନ୍ନ ନାୟକ,ଉପଜିଲ୍ଲାପାଳ  ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର,  ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବଂଧୁ ଧଳ,  ପୂର୍ବତନ ବିଧାୟକ  ଚିନ୍ମୟ ପ୍ରସାଦ ବେଉରା ପ୍ରମୁଖ ଯୋଗଦେଇ  ବିପ୍ଳବୀ କବି  ସୂର୍ଗତ ଜେନାଙ୍କ ପ୍ରତି ସ୍ମୃତିଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବର୍ମାଙ୍କ ଦ୍ୱାରା ମାରାଥନ ଦୈାଡର କୃତି ପ୍ରତିଯୋଗୀ ଯୁବକ ଓ ଯୁବତୀ ମାନଙ୍କୁ ପୁରଷ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ସରକାରୀ ଓକିଲ ସଞ୍ଜୟ କୁମାର ଜେନା , ସ୍ମୃତି କମିଟି ଉପ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ଗଗନ ବିହାରୀ ଜେନା, ସେକ ଅଜିମୁଦ୍ଦିନ, ଅରୁଣ ପ୍ରସାଦ ଦାସ, ଲଲିତେନ୍ଦୁ ପଣ୍ଡା, ମାନସ ରଞ୍ଜନ ଧଳ, ମନୋଜ ସାହୁ ସଙ୍ଗଠନ ସଂପାଦକ  ଧିରେନ୍ଦ୍ର କୁମାର ଦାସ,ସହ ସମ୍ପାଦକ ଅକ୍ଷୟପ୍ରିୟ ଦାଶ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ପ୍ରଦୀପ୍ତ ମହାନ୍ତି,  ଶିକ୍ଷକ ଶୁଭ୍ରାଂଶୁ ଦାସ, ସତ୍ୟବ୍ରତ ସିଂ, ଗୋଲଖ ପଢିିହାରି,ସୁରେଶ ମର୍ଦ୍ଦରାଜ, ନିରାକର ବାରିକ, ଉପେନ୍ଦ୍ର ବେହେରା,କିଶୋର ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସ୍ମୃତି ଚାରଣ  କରିଥିଲେ । ଶେଷରେ ସହ ସଂପାଦକ ଶେଷଦେବ ଦାସ  ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *