Tuesday , June 15 2021
Breaking News
Home / ବିଶେଷ / ବିନୋଦ ବିହାରୀ ମନ୍ଦିର ପରିସରରେ ଶିବ ମନ୍ଦିର ଓ  ବିଗ୍ରହ ପ୍ରତିଷ୍ଠା

ବିନୋଦ ବିହାରୀ ମନ୍ଦିର ପରିସରରେ ଶିବ ମନ୍ଦିର ଓ  ବିଗ୍ରହ ପ୍ରତିଷ୍ଠା

କେନ୍ଦ୍ରାପଡା ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ବିନୋଦ ବିହାରି ମନ୍ଦିର ପ୍ରାଙ୍ଗଣରେ ନୂତନ ଶିବ ମନ୍ଦିର ‘ବାବା ସ୍ୱପ୍ନେଶ୍ୱର’ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିନୋଦ ବିହାରୀ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ଗତ ରବିବାର ଦିନ ଅଙ୍କୁରାରୋପଣ ଓ ଧାନ୍ୟାଧିବାସ କରାଯାଇ ସୋମବାର  ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରବେଶ,ପାଶ୍ୱ ଦେବତା ପ୍ରତିଷ୍ଠା ଓ ଯଜ୍ଞ ଅନୁଷ୍ଠିତ  ହୋଇଯାଇଛି । ମଙ୍ଗଳବାର  ଶତ ରୁଦ୍ରାଭିଷେକ କରାଯାଇ ଯଜ୍ଞ ପୂର୍ଣ୍ଣାହୁତି କରାଯାଇଛି । ଏହି ଅବସରରେ ବିନୋଦ ବିହାରୀଜୀଉ ମନ୍ଦିର ପରିସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଟା ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇ ଆନନ୍ଦ ଉତ୍ସବ ପାଳନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *