Thursday , June 17 2021
Breaking News
Home / ବିଶେଷ / ବିଧାୟକ ଉଦିତ୍ ପ୍ରତାପ ଦେଓଙ୍କ ବିୟୋଗରେ ବିଜେପିର ଗଭୀର ଶୋକ

ବିଧାୟକ ଉଦିତ୍ ପ୍ରତାପ ଦେଓଙ୍କ ବିୟୋଗରେ ବିଜେପିର ଗଭୀର ଶୋକ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-କଳାହାଣ୍ଡି ମହାରାଜା ଓ ପୂର୍ବତନ ବିଧାୟକ ଉଦିତ୍ ପ୍ରତାପ ଦେଓଙ୍କ ବିୟୋଗରେ ରାଜ୍ୟସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀସିଂହଦେଓ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏବଂ ରାଜ୍ୟ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ଦେଓଙ୍କ ପିତା ପୂର୍ବତନ କଳାହାଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ପ୍ରତାପ କେଶରୀ ଦେଓ, ସାନ ଭାଇ ତଥା ପୂର୍ବତନ ବିଜେପି ବିଧାୟକ ଦଳ ନେତା ସ୍ୱର୍ଗତ ବିକ୍ରମ କେଶରୀ ଦେଓ ଏବଂ ପୁତ୍ର ଅନନ୍ତ ପ୍ରତାପ ଦେଓଙ୍କ ସମେତ ସଂପୂର୍ଣ୍ଣ କଳାହାଣ୍ଡି ରାଜ ପରିବାର ପଂଶ୍ଚିମ ଓଡ଼ିଶାରେ ଭାରତୀୟ ଜନତା ପାର୍ଟୀର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *