Thursday , June 24 2021
Breaking News
Home / ବିଶେଷ / ବିଧାୟକଙ୍କ ବନ୍ୟାଂଚଳ ପରିଦର୍ଶନ

ବିଧାୟକଙ୍କ ବନ୍ୟାଂଚଳ ପରିଦର୍ଶନ

ମାର୍ଶାଘାଇ,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଟିରା, ମଙ୍ଗରାଜପୁର ପଂଚାୟତର ପାଇକାନଦୀ ଘେରୀବନ୍ଧ ବୁଡ଼ିଯିବାରୁ ୩ଟି ୱାର୍ଡ଼ ବନ୍ୟାଜଳ ଘେରରେ ରହିଛନ୍ତି । ରତନପୁର, ଦଶମାଣପୁଳ, ବଟିରା ଉପରପଡ଼ାର ୨୦୦ ପରିବାର ଏବେ ପାଣି ଘେରରେ ରହିଛନ୍ତି । ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ବନ୍ୟାବିପନ୍ନଙ୍କ ନିକଟରେ ପହଂଚି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପାଇକାନଦୀର ଦୁର୍ବଳ ଘେରୀବନ୍ଧ ଓ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଉଚ୍ଚତା ବୃଦ୍ଧି କରିବାକୁ ଜଳବନ୍ଦୀ ଲୋକେ ବିଧାୟକଙ୍କୁ କହିଥିଲେ । ରତନପୁର ଓ ଉପରପଡ଼ାରେ ବନ୍ୟାଜଳ ପଶିଯାଇଛି । ଅଧିକ ବନ୍ୟାଜଳ ଆସିଲେ ବ୍ଲକ ପ୍ରଶାସନ ତରଫରୁ ଆବଶ୍ୟକ ହୁଲିଡ଼ଙ୍ଗା ବ୍ୟବସ୍ଥା କରିବାକୁ ବିଧାୟକ ନିର୍ଦେଶ ଦେଇଥିଲେ । ବନ୍ୟାଜଳ ଘେରରେ ଥିବା ବ୍ୟକ୍ତି, ଗାଈଗୋରୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ୱାର୍ଡ଼ସଭ୍ୟ ଫଗୁ ବେହେରା, ତ୍ରିଲୋଚନ ବାରିକ, ଚୈତନ୍ୟ ଦାସ ପ୍ରମୁଖ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଗଙ୍ଗାଧର ପରିଡ଼ା, ବ୍ଲକ ଯୁବବିଜେଡ଼ି ସଭାପତି ପ୍ରତାପ ମଲ୍ଲିକ, ପାଟକୁରା ଜଳସମ୍ପଦ ବିଭାଗ ସହକାରୀଯନ୍ତ୍ରୀ ସନ୍ଦିପ କୁମାର, ସରପଂଚ ପ୍ରଦୀପ ନାୟକ, ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ଦାସ, ବଟିରା ସରପଂଚଅନିରୁଦ୍ଧ ଚଇନି, ରଶ୍ମୀରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *