Tuesday , June 15 2021
Breaking News
Home / ବିଶେଷ / ବିଦ୍ୟୁତ କରେଣ୍ଟ ଲାଗି  କେବୁଲ ଅପରେଟର ଙ୍କ ଜୀବନଗଲା

ବିଦ୍ୟୁତ କରେଣ୍ଟ ଲାଗି  କେବୁଲ ଅପରେଟର ଙ୍କ ଜୀବନଗଲା

ସାଲେପୁର,୧୪/୦୪/୨୨୦୨୧(ଓଡିଶା ସମାଚାର /ଅଭୟ ଜେନା )ଆଖିପୁଛୁଳାକେ ଚାଲିଗଲା କେବୁଲଅପରେଟର ଙ୍କ  ଜୀବନ ।  ବିଦ୍ୟୁତ ତାର ସଂସ୍ପର୍ଶ ରେ  ଆସି ଜଣେ ଯୁବକଙ୍କ ମୃତ୍ୟୁହୋଇଛି, ମୃତକ ଜଣକ ହେଲେ ମାହାଙ୍ଗାଥାନା ସିପୁରା ଗାଁର ସନାତନ ଭୋଇ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ  ଆରମ୍ଭ କରିଛି  । ଖବର ଅନୁଯାଇ ସନାତନ ସାଲେପୁର ରେ  ଏକ ଘରୋଇ ଟିଭି କେବୁଲସଂସ୍ଥା ରେ ଅପରେଟର ଭାବେ କାମକରନ୍ତି. । ସାଲେପୁର ବଜାର ନିକଟରେ କେବୁଲ କାମକରୁଥିବା ସମୟରେ ଏଲଟି ବିଦ୍ୟୁତ ତାର  ସଂସ୍ପର୍ଶ ରେ ଆସି ତଳେ ପଡିଯାଇଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଉଦ୍ଧାରକରି ସାଲେପୁର ସ୍ୱାସ୍ଥ୍ୟ  କେନ୍ଦ୍ର ରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ. । ପୋଲିସ ପହଁଚି ମୃତଦେହ ଜବତ କରି ଛାନଭିନ ଜାରିରଖିଛନ୍ତି. । ଏଠାରେ ଉଲ୍ଲେଖ ନୀୟ ଯେ ବିଦ୍ୟୁତ ଖୁଣ୍ଟ ଗୁଡିକ ରେ କେବୁଲ ଲାଇନ ଯାଇଥିବାରୁ କରେଣ୍ଟ ଲାଗିବାର ଆଶଙ୍କା ରହିଛି ଓ ଦୁର୍ଭାଗ୍ୟ କୁ ଏକ ଅମୁଲ୍ୟ ଜୀବନ ହାନୀ ଘଟିଲା. । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *