Thursday , June 24 2021
Breaking News
Home / ବିଶେଷ / ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ

ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ

ବାଲିଗୁଡା, ୧୦/୦୪/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା  ଆଲାରୀ ଗ୍ରାମ ନିକଟରେ ଥିବା  ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀ କାମରେ ଜଣେ କାର୍ଯ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ । ମୃତକ ଜଣକ ହେଲେ  ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ତ୍ରିନାଥ ଛତର । ତ୍ରିନାଥ ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀରେ ରୋଷେୟା ଭାବେ କାମ କରୁଥିଲେ । ହେଲେ ରୋଷେଇ କରିବା ସମୟରେ ହଠାତ  ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ଏହାପରେ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ତ୍ରିନାଥଙ୍କୁ  ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ମେଡିକାଲରେ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୪/୨୧ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

 

About admin

Check Also

ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ବସନ୍ତବଗିଚା ଠାରେ ସମାଜସେବୀ, ଯୁବନେତା ଓ ଦରଦୀ ମଣିଷ ସ୍ୱର୍ଗତ …

Leave a Reply

Your email address will not be published. Required fields are marked *