Sunday , June 13 2021
Breaking News
Home / ତାଜା ଖବର / ବିଦ୍ୟୁତ୍ କରେଂଟ ଲାଗି ଘର ମାଲିକ ଓ ଶ୍ରମିକ ଙ୍କ ମୃତ୍ୟୁ

ବିଦ୍ୟୁତ୍ କରେଂଟ ଲାଗି ଘର ମାଲିକ ଓ ଶ୍ରମିକ ଙ୍କ ମୃତ୍ୟୁ

ବ୍ରହ୍ମପୁର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ସଦରଥାନା ଅନ୍ତର୍ଗତ ଅଳକାପୁରୀ ଅଂଚଳରେ ଏକ ନବନିର୍ମିତ ଘରର ଫଲ୍ସ ଛାତ ଖୋଲିବା ସମୟରେ୧୧ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସି ଘର ମାଲିକ ଶରତ ବେହେରା ଏବଂ ଘର କାମ କରୁଥିବା ମିସ୍ତ୍ରୀ ଅରୁଣ ସାବତଙ୍କ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ, ସାଉଥ୍କୋରେ କାର୍ଯ୍ୟରତ କର୍ମଚାରୀ ଶରତ ବେହେରା ଅଳକାପୁରୀ ଅଂଚଳରେ ଏକ ଘର ତିଆରି କରୁଥିଲେ । କିଛି ଦିନ ହେଲା ଉକ୍ତକାର୍ଯ୍ୟ ଚାଲୁଥିବା ବେଳେ ଘରର ଛାତ କାମ ମଧ୍ୟ ସରିଥିଲା । ଅରୁଣ ସାବତ ନାମକ ଜଣେ ମିସ୍ତ୍ରୀ ଏହି କାମ କରୁଥିଲେ । ତେବେ ଉକ୍ତ ଘର ଛାତର ଫଲ୍ସ ସିଲିଂ ବାହାର କରିବା ବେଳେ ଅରୁଣ ଧରିଥିବା ଶାବଳଟି ଉକ୍ତ ଘର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସହ ସଂଯୋଗ ହୋଇଯାଇଥିଲା । ଫଳରେ ବିଦ୍ୟୁତ୍ ଆଘାତ ପାଇ ସେଠାରେ ହିଁ ସେ ଟଳି ପଡିଥିଲେ । ସେ ଛଟପଟ ହେଉଥିବାବେଳେ ଘର ମାଲିକ ଶରତ ଉକ୍ତ ଶାବଳକୁ ଅନ୍ୟ ଏକ ସାମଗ୍ରୀ ସାହାଯ୍ୟରେ ଅରୁଣଙ୍କ ହାତରୁ ବାହାର କରିଦେବା ପାଇଁ ଚେଷ୍ଟା କରିଥିଲେ । ତେବେ ତାଙ୍କ ଅଜଣାତରେ ସେ ବିଦ୍ୟୁତ୍ ତାର ସହ ଲାଗି ରହିଥିବା ଲୁହା ଶାବଳର ସଂଯୋଗରେ ଆସି ଯାଇଥିଲେ ।ଫଳରେ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଶରତଙ୍କ ପରିବାର ଲୋକ ବାରମ୍ବାର ଉକ୍ତ ଶାବଳଟି ଆଣିବା ପାଇଁ ମନା କରିଥିଲେ ସୁଦ୍ଧା ସେ ଆଣିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ସଦରଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ଏହି ଘଟଣା ଅଂଚଳରେ ଶୋକର ଛାୟା ଖେଳାଇ ଦେଇକ୍ତି । ଅଂଚଳବାସୀଙ୍କ ଠାରୁ ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଂଚିି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ଶବକୁ ବ୍ୟବଚ୍ଛେଦ ପାଇଁ ବଡମେଡିକାଲକୁପଠାଯାଇଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *