Monday , June 21 2021
Breaking News
Home / ତାଜା ଖବର / ବିଦ୍ୟୁତ୍ ଆଘାତରେ ମହିଳା ମୃତ

ବିଦ୍ୟୁତ୍ ଆଘାତରେ ମହିଳା ମୃତ

 

ଖୁଂଟୁଣୀ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଟାଙ୍ଗୀଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କଖଡ଼ି ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୁଚନାଯୋଗ୍ୟ ଯେ, କଖଡ଼ି ଗ୍ରାମର କେଦାର ଚରଣ ସୁତାରଙ୍କ ପତ୍ନୀ ପ୍ରଭାସୀନି ସୁତାର(୪୫) ଶନିବାର ଭୋରରୁ ପରମ୍ପରା ଅନୁଯାୟୀ ରଜସଂକ୍ରାନ୍ତିରେ ଘର ଚାରିପାଖରେ ଲିପୁଥିଲେ । ସେହି ସମୟରେ ସେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ସେଠାରେ ସେ ସଂଜ୍ଞାହୀନ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚୌଦ୍ୱାର ପୁଲିସ ସହାୟତାରେ କଟକ ବଡ଼ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *