Tuesday , June 15 2021
Breaking News
Home / ଶିକ୍ଷା / ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ, ଥାନାରେ ଏତାଲା

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ, ଥାନାରେ ଏତାଲା

ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): -ସାଲେପୁର ବ୍ଲକ୍ ସୁଧୁଖଣ୍ଡ ପଂଚାୟତର ପାଣିମାଣ୍ଡୋ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଚୋରୀ ହୋଇଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ କିଶୋରନଗର ଥାନାରେ ଏତାଲା ଦେଇଥିବା ଜଣାପଡ଼ିଛି । ଏତାଲାରୁ ପ୍ରକାଶ  ବିଳମ୍ବିତ ରାତିରେ ବିଦ୍ୟାଳୟର ଗ୍ରୀଲ୍ ସହିତ ଶ୍ରେଣୀ ଗୃହର ତିନୋଟି ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଥିବା ୩ ବସ୍ତାରୁ ଅଧିକ ଚାଉଳ ଚୋରୀ ହୋଇଯାଇଛି । ଚାଉଳର ପରିମାଣ ୧୭୦ କି.ଗ୍ରା. ବୋଲି ଏତାଲାରେ ଉଲ୍ଲେଖ ରହିଛି । ସକାଳେ ସ୍ଥାନୀୟ ଲୋକ ସ୍କୁଲ ଘର ଖୋଲା ଥିବା ଦେଖି ପ୍ରଧାନ ଶିକ୍ଷକଙ୍କୁ ଖବର ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଦାସ ବିଦ୍ୟାଳୟରେ ପହଂଚି ଚୋରୀ ହୋଇଥିବା ଜାଣି କିଶନନଗର ଥାନାରେ ଏତାଲା ଦେଇଥିଲେ । ଥାନା ପକ୍ଷରୁ ଚୋରୀର ତଦନ୍ତ ଜାରୀ ରହିଛି । ଅପରପକ୍ଷେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ପୂର୍ବରୁ କେତେକ ଦୁର୍ନିତୀ ଅଭିଯୋଗ ରହିଥିବାରୁ ଚୋରୀ ଘଟଣାରେ ସଂପୃକ୍ତିକୁ ଅସ୍ୱୀକାର କରାଯାଇ ନପାରେ ବୋଲି ଏକାଧିକ ସ୍ଥାନୀୟ ଲୋକ ନିଜନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଚୋରୀ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଚୋରକୁ ଧରିବା ସହ ଚୋରୀ ଚାଉଳ ଉଦ୍ଧାର ପାଇଁ ସ୍ଥାନୀୟ ଅଂଚଳବାସୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ଦୃଢ଼ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *