Wednesday , June 23 2021
Breaking News
Home / ବିଶେଷ / ବିଦେଶରୁ ଉଦ୍ଧାର ହୋଇଛନ୍ତି ୭୨ ଶ୍ରମିକ

ବିଦେଶରୁ ଉଦ୍ଧାର ହୋଇଛନ୍ତି ୭୨ ଶ୍ରମିକ

ଭୁବନେଶ୍ୱର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)-  ୨୦୧୮-୧୯ ଆର୍ଥିକ ବର୍ଷରେ ୭୨ ଜଣ ଶ୍ରମିକଙ୍କୁ ଦେଶ ବାହାରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ସର୍ବାଧିକ ୬୪ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଖୋର୍ଦ୍ଧାର ୫ ଜଣ ଓ କଟକରୁ ଜଣେ ଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ବିଧାୟକ ଚକ୍ରମଣି କହଁରଙ୍କ ଦାଦନ ଶ୍ରମିକ ରୋକିବାକୁ ପଦକ୍ଷେପ ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଲେ, ରାଜ୍ୟରୁ ପ୍ରତିବର୍ଷ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରେ ନିୟୋଜନ କରିବା ପାଇଁ ଠିକାଦାରମାନଙ୍କୁ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯ ଅନ୍ତର୍ଗତ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ଦେଶ ବାହାରକୁ ଯାଉଥିବା ଶ୍ରମିକ ଇମିଗ୍ରେସନ ଆକ୍ଟ-୧୯୮୩ ଦ୍ୱାରା ନିୟନ୍ତ୍ରିତ ହୋଇଥାନ୍ତି । ଯାହା ଶ୍ରମ ବିଭାଗର ପରିସରଭୁକ୍ତ ନୁହେଁ ବୋଲି ମନ୍ତ୍ରୀ ନିଜର ଉତରରେ କହିଛନ୍ତି । ସେହିପରି ୨୦୧୮ ମସିହା ଠାରୁ ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୨,୭୪୧ ଗୋଟି ଲାଇସେନ୍ସ ୧,୨.୩୪୮ ଜଣ ପ୍ରବାସୀ ଶ୍ରମିକଙ୍କୁ ନିୟୋଜନ କରିବା ପାଇଁ ଠିକାଦାରମାନଙ୍କୁ ପ୍ରଦାନ କରାଯାଇଛି । ୨୦୧୮ରୁ ୨୦୧୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରୁ ୧,୩୮୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ରାଜ୍ୟକୁ ଫେରାଇ ଅଣାଯାଇଥିବା ଶ୍ରମ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *