Tuesday , August 3 2021
Breaking News
Home / ତାଜା ଖବର / ବିଦୁ୍ୟତ ସଂଷ୍ପର୍ଶରେ ଆସି ଶ୍ରମିକ ମୃତ

ବିଦୁ୍ୟତ ସଂଷ୍ପର୍ଶରେ ଆସି ଶ୍ରମିକ ମୃତ

କଳାହାଣ୍ଡି, ୧୭/୦୯/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ସିଂଝରଣ ଗ୍ରାମରେ ବିପିଏଲ ପରିବାରକୁ ବିଦୁ୍ୟତ ସଂଯୋଗ ଦେବା ପାଇଁ ଖମ୍ବକୁ ଚଢିଥିବା ଶ୍ରମିକ କୁର୍ଲୁଭଟା ଗ୍ରାମର କୁରତି ନାଏକ (୨୭), ପି. ମହେଶ୍ୱର ନାଏକ ଙ୍କ ବିଦୁ୍ୟତ ସଂଷ୍ପର୍ଶରେ ଆସି ମୃତୁ୍ୟ ହୋଇଛି । କୁରତି ନାଏକ ବିପିଏଲ ଲାଇନ ସଂଯୋଗ ପାଇଁ ଶ୍ରମିକ ଭାବେ କାମ କରୁଥିଲେ । ସିଂଝରଣ ଗ୍ରାମର ଜଗଦିଶ ମାଝୀଙ୍କ ଘରେ ବିଦୁ୍ୟତ ସଂଯୋଗ ପାଇଁ କୁରତି ବିଦୁ୍ୟତ ପୋଲ ଉପରକୁ ଚଢିଥିଲେ । ଶ୍ରମିକମାନେ ସବଷ୍ଟେସନର ମୁଖ୍ୟ ସୁଇଚ ମଧ୍ୟ ବନ୍ଦ କରିଥିଲେ କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ଗୋଟିଏ ଖମ୍ବରେ ଘରୋଇ ଲାଇନ, କୃଷିବିଭାଗ ଓ ବିପିଏଲ ହିତାଧିକାରୀଙ୍କ ତାର ଯାଇଛି । କୁରତି ନାଏକ ତାହା ଜାଣି ନପାରି ବିଦୁ୍ୟତ ସଂଷ୍ପର୍ଶରେ ଆସି ଖମ୍ବ ଉପରେହିଁ ମୃତୁ୍ୟବରଣ କରିଥିଲେ । ସାଙ୍ଗରେ ଆସିଥିବା ଅନ୍ୟ ଶ୍ରମିକମାନେ ଫେରାର ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରୁଛି । ଗ୍ରାମବାସୀ ମୃତଶ୍ରମିକଙ୍କ କ୍ଷତିପୁରଣ ଦାବିରେ ଅଡିବସିଛନ୍ତି । ଗୋଟିଏଖମ୍ବରେ ତିନୋଟି ଉଚ୍ଚ କ୍ଷମତା ବିଦୁ୍ୟତ ତାର କିପରି ସଂଯୋଗ କରାଯାଇଛି ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୪୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *