Wednesday , August 4 2021
Breaking News
Home / ବିଶେଷ / ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ବୈଠକ

ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ବୈଠକ

କଳାକାରମାନେ କରୋନା ପିଡ଼ିତଙ୍କ ସକରାତ୍ମକ ଖବର ପରିବେଶଣ କରିବେ

ଗରଦପୁର,୦୮/୦୬/୨୦୨୧(ଓଡ଼ିଶା ସମାଚାର)-ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ର କେନ୍ଦ୍ରାପଡ଼ା ଜିଲା ପାଇଁ ଆଜି ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର କେନ୍ଦ୍ରାପଡ଼ା ଜିଲା ସଂଯୋଜକ ନବଘନ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସାମୁଖ୍ୟର ରାଜ୍ୟ ଆବାହକ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ଯୋଗଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ “କରୋନା ହାରିବ , ମଣିଷ ବଂଚିବ , କରୋନା ମହାମାରୀ ରେ ନବୀନ ଆମ ଆଶା ଭରଷା ” ଶୀର୍ଷକରେ ବୈଠକରେ ଆଲୋଚନା ହୋଇଥିଲା । କରୋନା ପିଡ଼ିତଙ୍କ ମୃତ୍ୟୁ ଖବର ବିଭିନ୍ନ ଗଣ ମାଧ୍ୟମରେ ଯୋରଦାର ଭାବରେ ପ୍ରକାଶ ପାଉଥିବାବେଳେ ହଜାର ହଜାର ସଂଖ୍ୟାରେ କରୋନା ପିଡ଼ିତ ଭଲ ହେଉଥିବା ଖବର ବିଭିନ୍ନ ବର୍ଗର କଳାକାର ମାନଙ୍କ ମାଧ୍ୟମରେ ଲୋକଲୋଚନକୁ ଅଣାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । କରୋନା ମହାମାରୀ ସମୟରେ ମଣିଷ ମନରେ ଉଦ୍ରେକ ହୋଇଥିବା ଭୟ , ହତାଶ ଓ ନିରାଶ ବୋଧକୁ ହଟାଇ ଏହି କଳାକାର ମାନଙ୍କ ଜରିଆରେ ସକରାତ୍ମକ ଖବର ପରିବେଷଣ ପାଇଁ ହୋଇଥିବା ନିଷ୍ପତିକୁ ବୈଠକରେ ଉପସ୍ଥିତ ବ୍ଲକ୍ ସଂଯୋଜକମାନେ ଭୂୟସି ପ୍ରସଂଶା କରିଥିଲେ ।  ପ୍ରତି ଗାଁ , ପଂଚାୟତ ଏବଂ ବ୍ଲକ୍ ରୁ କରୋନା ସଂଙ୍କ୍ରମଣରୁ ଭଲ ହୋଇଥିବା ପିଡ଼ିତଙ୍କ ଖବର ଗୁଡ଼ିକୁ ସଂସ୍କୃତି ସୈନିକମାନେ ଭିଡ଼ିଓ କଲଚର କରି ସଂଗଠନ ତରଫରୁ ଶିର୍ଷ ସ୍ତରରେ ପ୍ରଚାର କରାଯିବା ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବ୍ଲକ୍ ସଂଯୋଜକ ବୈକୁଂଠ ଚରଣ ନାୟକ, ଅନ୍ୟତମ ସଂଯୋଜକ ଯୁଧିଷ୍ଠିର ଦାସ, ପଟାମୁଣ୍ଡାଇ ବ୍ଲକ୍ ସଂଯୋଜକ ନୀରଂଜନ ମୋତି, ସହ ସଂଯୋଜକ ନାରାୟଣ ଦାସ, ଆଳି ବ୍ଲକ୍ ସଂଯୋଜକ ବାବାଜୀ ଚରଣ ମୁଦୁଲୀ,ରାଜକନିକା ବ୍ଲକ୍ ସଂଯୋଜକ ଗୋଲଖ ଚନ୍ଦ୍ର ବେହେରା, ମାର୍ଶାଘାଇ ବ୍ଲକ୍ ସଂଯୋଜକ ଅଭୟ କୁମାର ଶତପଥି, ଡ଼େରାବିଶ ବ୍ଲକ୍ ସଂଯୋଜକ ପ୍ରତାପ ଚନ୍ଦ୍ର ସ୍ୱାଇଁ, କେନ୍ଦ୍ରାପଡ଼ା ବ୍ଲକ୍ ସଂଯୋଜକ ଅଭିରାମ ସାମଲ, ପ୍ରମୋଦ କୁମାର ଜେନା , ଗରଦପୁର ବ୍ଲକ୍ ସଂଯୋଜକ ପ୍ରକାଶ ଚନ୍ଦ୍ର ଜେନା , ଉଦୟ କୁମାର ନାଥ , ତପନ ବାବା, ତ୍ରିଲୋଚନ ବିଶ୍ୱାଳ , ସଂଗ୍ରାମ କେଶରୀ ସାମଲ ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ସହିତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *