Thursday , June 17 2021
Home / ରାଜନୀତି / ବିଜେପି ସଦସ୍ୟତା ଅଭିଯାନ -୨୦୧୯ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିବେ

ବିଜେପି ସଦସ୍ୟତା ଅଭିଯାନ -୨୦୧୯ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିବେ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ସାରା ଦେଶରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଚାଲିବ । ଶୁକ୍ରବାର ଏଥଫପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମୋବାଇଲ ଫୋନ ଯୋଗେ ଟୋଲ ଫ୍ରି ନମ୍ବର ସାହାଯ୍ୟରେ ନୂତନ ସଦସ୍ୟ ଗ୍ରହଣ କରାଯିବ । ଶନିବାର ଅପରାହ୍ନ ୩ ଟାରେ ଏକାମ୍ର କଲେଜ ନିକଟ ଗୋଖିବାବା ମଣ୍ଡପ ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭରବଙ୍କନଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ  ଏହି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ । ବିଜେପି କାର୍ଯ୍ୟାଳୟରେ ହରେକୃଷ୍ଣ ଖୁଂଟିଆଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ରାଜ୍ୟ ଉପସଭାପତି ସମିର ମହାନ୍ତି,ରାଜ୍ୟ ପ୍ରବକ୍ତା ଦିଲିପ ମହାନ୍ତି,ଜଗନ୍ନାଥ ପ୍ରଧାନ,ବାବୁ ସିଂ ପ୍ରମୁଖ ଯୋଗ ଦେଇ ଏହି କାର୍ଯକ୍ରମକୁ ବ୍ୟାପକ କରାଯିବା ପାଇଁ ଆଲୋଚନା କରିଥିଲେ । ଭୁବନେଶ୍ୱର ଜିଲା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତି ୱାର୍ଡ଼ ଓ ମଣ୍ଡଳରେ ୧୦ ହଜାର ରୁ ଅଧିକ ସଦସ୍ୟ ଗ୍ରହଣ କରାଯିବାର ଲକ୍ଷ ରଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *