Sunday , June 13 2021
Breaking News
Home / ବିଶେଷ / ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନକୁ ସଂଖ୍ୟାଲଘୁ ମୋର୍ଚ୍ଚା ପାଳନକଲା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନକୁ ସଂଖ୍ୟାଲଘୁ ମୋର୍ଚ୍ଚା ପାଳନକଲା

କେନ୍ଦ୍ରାପଡା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଜୀଙ୍କ ଦୀର୍ଘ ଜୀବନ କାମନା କରି  କେନ୍ଦ୍ରାପଡାର ପ୍ରସିଦ୍ଧ ପୀରବାବା (ମନସୁରବାବା)ଙ୍କ ପୀଠରେ ଚାଦର ଚଢାଇ ଆଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏହି ଉପଲକ୍ଷେ  ବିଜେପିର ବରିଷ୍ଠ ନେତା ମହମ୍ମଦ ସଲୀମ ଖାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସେକ ବୁରହାନ ଅଲ୍ଲୀ, ମୀର ସଲିମ, ସେକ ଇସଲାମୁଦ୍ଧିନ, ମହମ୍ମଦ ଆଝାରୁଦ୍ଧିନ, ମହମ୍ମଦ ଅଜମଲ, କଲୀମ ଖାନ, ସେକ ଜମିଲ, ମୀର ଅବଦୁଲ ସଲୀମ, ସେକ ଅବଦୁଲ ରିହାନଙ୍କ ସମେତ ବହୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପ୍ରାର୍ଥନାରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *