Tuesday , August 3 2021
Breaking News
Home / ରାଜନୀତି / ବିଜେପି ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ବିଜେପି ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଜନସଙ୍ଘର ସଂସ୍ଥାପକ ତଥା ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଡଃ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କେନ୍ଦ୍ରାପଡା ବିଜେପି ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନୁ୍ୟ ଗୋଛାୟତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଯୋଗଦେଇ ଡଃ. ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସ୍ୱାଧୀନତା ପରଠାରୁ ଭାରତୀୟ ଜାତୀୟତା ବାଦର ଭାବନା ଉଦ୍ରେକ କରିବା, ଦେଶରେ କଂଗ୍ରେସ ବିପକ୍ଷରେ ଏକ ଦୃଢ ରାଜନୈତିକ ବିକଳ୍ପର ବୀଜବପନ କରିବା ଓ ସର୍ବୋପରି ଦେଶର ଅଖଣ୍ଡତା ଓ ସାର୍ବଭୋମ୍ୟତା ବଜାୟ ରଖିବା ସ୍ୱରୂପ ବଙ୍ଗ ବିଭାଜନ ଓ କାଶ୍ମୀରରେ ୩୭୦ ଧାରାକୁ ଘୋର ବିରୋଧ କରିବା, କଂଗ୍ରେସର ସଂଖ୍ୟାଲଘୁ ତୁଷ୍ଟିକରଣ ରାଜନୀତି ସ୍ୱରୂପ ନେହେରୁ – ଲିଆକତ ଚୁକ୍ତିକୁ ବିରୋଧ କରି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଭାରତୀୟ ଜନସଙ୍ଘର ସ୍ଥାପନ କରି ଦେଶରେ ବୈପ୍ଳବିକ  ପରିବର୍ତନ ଆଣିବାରେ ସକ୍ଷମ ହୋଇଥିବା ଡଃ. ମୁଖାର୍ଜୀଙ୍କ ଜୀବନାଦର୍ଶ ଓ ଦେଶ ପାଇଁ ବଳିଷ୍ଟ ଅବଦାନ ସ୍ୱରୂପ ଆଜି ଏକକ ସଂଖ୍ୟା ଗରିଷ୍ଠତାହାସଲକରି ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ଜନହିତରେ କାର୍ଯ୍ୟ କରୁଛି ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତ, ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ, ଶଶାଙ୍କ ଶେଖର ସେଠୀ, କୃଷକ ମୋର୍ଚ୍ଚା ସଭାପତି ରଞ୍ଜିତ କୁମାର ଆଚାର୍ଯ୍ୟ, ମୁକ୍ତିକାନ୍ତ ସ୍ୱାଇଁ, ମିଡିଆ ସେଲ ସଂଯୋଜକ ନେହେରୁ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହାପରେ କର୍ମକର୍ତାମାନେ ବୃକ୍ଷରୋପଣ ଓ ସ୍ୱଛ ଭାରତ କାର୍ଯ୍ୟକ୍ରମ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରଦେଶ କଂଗ୍ରେସ ଲିଗାଲ ସେଲର ଉପାଧ୍ୟକ୍ଷ ହେଲେ ଧରଣୀଧର

କେନ୍ଦ୍ରାପଡ଼ା, ୨୯/୦୭/୨୦୨୧(ଓଡ଼ିଶା ସମାଚାର)-ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଲିଗାଲ ସେଲର ଉପାଧ୍ୟକ୍ଷ ଭାବେ କେନ୍ଦ୍ରାପଡାର ବରିଷ୍ଠ ଆଇନଜିବି ଧରଣୀଧର …

Leave a Reply

Your email address will not be published. Required fields are marked *