Sunday , June 20 2021
Home / ବିଶେଷ / ବିଜେପି କର୍ମୀଙ୍କ ଦ୍ୱାରା କର୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ

ବିଜେପି କର୍ମୀଙ୍କ ଦ୍ୱାରା କର୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ

କେନ୍ଦ୍ରାପଡା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଟାଉନ ଥାନା ପୋଲିସ ପକ୍ଷରୁ ତିନିମୁହାଣି ଛକରେ ଶନିବାର ସନ୍ଧ୍ୟାରେ ହେଲମେଟ ଚେକିଂ ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିବାକୁ ସେଠାରେ ବିଜେପି କର୍ମୀମାନେ ହଠାତ୍ ପହଁଚି ପୋଲିସର ହେଲମେଟ ଚେକିଂ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ତବ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ସେହି ଘଟଣାରେ ଆଜି ଟାଉନ ଥାନାରେ ୧୩/ ୨୦୨୧ରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୮୬, ୩୫୩, ୩୩୨, ୨୯୪, ୫୦୬ ଓ ୩୪ଦଫାରେ ଏବଂ ୩୧ଆରଏସ, ୨ଖ (କ)ଅନୁସୂଚିତ ଜାତି ଜନଜାତି ଆଇନରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ ଅଭିଯୋଗ ଅନୁଯାଇ ଓଡି – ୨୯ଏ – ୪୨୨୮ନମ୍ବର ବିଶିଷ୍ଟ ବାଇକକୁ ପୋଲିସ ଜଣେ ବିନା ହେଲମେଟରେ ବାଇକ ଚଳାଉଥିବା ଆରୋହୀଙ୍କ ଠାରୁ ଜବତ କରିବା ନେଇ ପୋଲିସକୁ ଆକ୍ରମଣ କରିବା, କର୍ତବ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ କର୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବା ସହ ଆକ୍ରମଣ କରିବା ଓ ଗାଳି ଗୁଲଜ କରିବା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଅନୁଯାଇ ଆଜି ମାମଲା ରୁଜୁ କରାଯିବା ସହ ସେହି ମାମଲାର ତଦନ୍ତ ଦାୟୀତ୍ୱ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ମାମଲା ସଂପୃକ୍ତ ବାଇକ ଆରୋହୀଙ୍କ ସମେତ କରୁଣାକର ସାହୁ, ସହଦେବ ସାହୁ, କିଶୋର ପଣ୍ଡାଙ୍କ ସହ ଅନ୍ୟ ବିଜେପି କର୍ମୀମାନଙ୍କ ନାମରେ ରୁଜୁ କରାଯାଇଥିବା ସୂଚନା ମିଳିିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *