Wednesday , June 16 2021
Breaking News
Home / ରାଜନୀତି / ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ

ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ

କେନ୍ଦ୍ରାପଡା ୨୯/୭/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିରେ ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ ରବିବାର ଅପରାହ୍ନରେ ସ୍ଥାନୀୟ ଗୈାରିଶଙ୍କର ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ବିଜେପି କେନ୍ଦ୍ରରେ ସରକାର ଗଠନ କରିବାର ୪୮ଘଂଟା ମଧ୍ୟରେ ଦଳର ସମସ୍ତ ରାଷ୍ଟ୍ରୀୟ କାର୍ଯ୍ୟକର୍ତା ଓ ପ୍ରତ୍ୟେକ ରାଜ୍ୟର ସଭାପତିମାନଙ୍କୁ ଡକାଇ ଦଳର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ଦଳ ଗୁଡିକ ଜାତ,ଧର୍ମକୁ ନେଇ ରାଜନୀତି କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ଭାରତର ବିକାଶ ପାଇଁ କାମ କରୁଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ସବକା ସାଥ ସବକା ବିକାଶ ପାଇଁ ଭାଜପା କାମ କରୁଛି । ବିଜେପିରେ ପାରିବାରିକ ରାଜନୀତି ନାହିଁ । ତେଣୁ ପ୍ରତି ୩ବର୍ଷରେ ଦଳର ସଦସ୍ୟତା ଅଭିଯାନ କରାଯାଇ ଦଳର କର୍ମକର୍ତାମାନଙ୍କୁ ପରିବର୍ତନ କରାଯାଇଥାଏ । ଦଳର ସଂଗଠନ ଯୋଗୁ କେନ୍ଦ୍ରାପଡାରେ ୨୦୧୪ ମସିହାରେ ୧୦ପ୍ରତିଶତ ବିଜେପି ପ୍ରତି ସମର୍ଥନ ରହିଥରବା ବେଳେ ତାହା ୨୦୧୯ରେ ୩୯ ପ୍ରତିଶତକୁ ବୃଦ୍ଧି ପାଇଛି । ସମସ୍ତେ ମିଳିମିଶି କାମ କରିବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ ଯୋଗଦେଇ ନିଷ୍ଠାପର ଭାବେ ଦଳରେ କାର୍ଯ୍ୟ କରୁଥିବା ଲୋକଟିକୁ ଦଳ ଉପଯୁକ୍ତ ସମ୍ମାନ ଦେଇଥାଏ ବୋଲି କହିଥିଲେ । ଯେଭଳି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭେଙ୍କୟା ନାଇଡୁ ୨୦ବର୍ଷ ତଳେ ଦଳର ପୋଷ୍ଟର ମାରୁଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇ ସମ୍ମାନୀତ କରାଯାଇଛି ବୋଲି ସେ କହିଥିଲେ । ଅଧିକରୁ ଅଧିକ ଲୋକଙ୍କୁ ଦଳ ସହିତ ଯୋଡିବାକୁ ଶ୍ରୀ ଚାଟାର୍ଜୀ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟତା ଅଭିଯାନର ଜିଲ୍ଲା ପ୍ରଭାରୀ ଗଗନ ବିହାରୀ ସାହୁ, ସୁନାକର ବେହେରା, ଡଃ.କଳ୍ପନା ମଲ୍ଲିକ, ଉପୀନ ରାଉତ, ଦେବାଶିଷ ଦାସ, କିଶୋର ପଣ୍ଡା, ନୃସିଂହ ଚରଣ ପତ୍ରୀ, ନେହେରୁ ସାହୁ, ମନୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *