Monday , June 14 2021
Breaking News
Home / ରାଜନୀତି / ବିଜେପିର କଟକ ଜିଲ୍ଳା ସ୍ତରୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ

ବିଜେପିର କଟକ ଜିଲ୍ଳା ସ୍ତରୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ

ସାଲେପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ମଧୁସ୍ମୃତି ଭବନ ଠାରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ୨୦୧୯ର  ବରିଷ୍ଠ ବିଜେପି ନେତା ଦିଲ୍ଲିପ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ବିଜେପି ସଂଗଠନକୁ ଅଧିକରୁ ଅଧିକ ମଜବୁତ୍ କରିବା ପାଇଁ ଗୁରୁତ୍ୱ ଦେବାକୁ ଉପସ୍ଥିତ ନେତୃମଣ୍ଡଳୀ ସମସ୍ତ ବିଜେପି କର୍ମର୍କର୍ତା ସଭ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପ-ସଭାପତି ନୟନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ କୁମାର ରଣା, ଶାରଦା ପ୍ରଧାନ, ଅଜୟ ସ୍ୱାଇଁ, ସାଲେପୁରର ପୂର୍ବତନ ବିଧାୟକ ତଥା ସହପ୍ରଭାରୀ ପ୍ରକାଶ ଚନ୍ଦ୍ର ବେହେରା, କଟକ ଜିଲ୍ଲା ସଭାପତି ଚୈଧୁରୀ  ହେମନ୍ତ କୁମାର ସାହୁ, ସମୀର ସାମଲ, ବଡ଼ମ୍ବା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଦଳ ବେହେରା, ବାଙ୍କି ବିଧାୟକ ପ୍ରାର୍ଥୀ ଶୁଭ୍ରାଶୁଂ ପାଢ଼ୀ, ରାମନାରାୟଣ ମହାନ୍ତି, କଟକ ଜିଲ୍ଳା ସାଧାରଣ ସଂପାଦକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, ସିନେ ତାରକା ବିଦ୍ୟୁତସ୍ମିତା ପ୍ରମୁଖ ଯୋଗଦେଇ ସମଗ୍ର ଦେଶରେ ଜୁନ୍ ୭ ତାରିଖରୁ  ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଯେଉଁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି କଟକ ଜିଲ୍ଲାରେ ଯେମିତି ଅଧିକରୁ ଅଧିକ ଜନସାଧାରଣଙ୍କ ବିଜେପି ସଂଗଠନରେ ସାମିଲ କରି ବିଜେପି ଦଳର ପ୍ରାଥମିକ ସଦସ୍ୟତା କରାଇବା ପାଇଁ ଗୁରୁତ୍ୱ ଦେଇଥିଲେ । ଏଥିରେ ବିଜେପି ଦଳ କଟକ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ମହିଳା ମୋର୍ଚ୍ଚା ସଭାନେତ୍ରୀମାନେ ଉପସ୍ଥିତ ରହି ବିଜେପି ସଂଗଠନକୁ ସୁଦୃମ କରିବାକୁ ଉଦ୍ୟମ ଜାରୀ ରଖିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିମାନେ ସଦସ୍ୟତା ସଂଗ୍ରଣ କରବା ପାଇଁ ନିୟମାବଳୀ ପୁସ୍ତକୁ ଉନ୍ମୋଚନ କରିଥିଲେ । ଅପରପକ୍ଷରେ ଏହି କାର୍ଯ୍ୟକ୍ରମରେ ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପି ଦଳରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ସହ ବିଜେପି ରାଜ୍ୟ ଉପ-ସଭାପତି ନୟନ ମହାନ୍ତିଙ୍କ ଠାରୁ ବିଜେପିର ପ୍ରାଥମିକ ସଦସ୍ୟତାର ପରିଚୟପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ  ୨ହଜାରରୁ ଉଦ୍ଧ୍ୱର୍ କର୍ମୀ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସରପଂଚ ଅନୀଲ ଦାଶ, ସମ୍ରାଟ କେଶରୀ ଲେଙ୍କା , ଦିଲ୍ଳିପ ରଂଜନ ବିଶ୍ୱାଳ, ବିଜେପି ଯୁବମୋଚ୍ଚା ସଭାପତି ରଶ୍ମିରଂଜନ ପରିଡ଼ା, ପ୍ରିୟ ରଂଜନ ମହାପାତ୍ର, ସରୋଜ କର , ସେକ୍ ପୀର ବକ୍ସ, ରଘୁପତି ରାଉତ, ସନ୍ତୋଷ କୁମାର ଭୂୟାଁ, ସୁଧିର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି  ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *