Monday , June 21 2021
Breaking News
Home / ବିଶେଷ / ବିକେ ଶର୍ମାଙ୍କୁ ଅତିରିକ୍ତ ଭାବେ ଡ଼ିଜିପି ଦାୟିତ୍ୱ ମିଳିଲା

ବିକେ ଶର୍ମାଙ୍କୁ ଅତିରିକ୍ତ ଭାବେ ଡ଼ିଜିପି ଦାୟିତ୍ୱ ମିଳିଲା

ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଅଗ୍ନିଶମ ସେବା ଡ଼ିଜି ବିଜୟ କୁମାର ଶର୍ମାଙ୍କୁ ନୂତନ ଦାୟିତ୍ୱ ମିଳିଛି । ରାଜ୍ୟ ପୋଲିସ ଡ଼ିଜି ଭାବେ ସେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ଏହା ଛଡ଼ା ହେଡ଼ ଅଫ ପୋଲିସ ଫୋର୍ସ ଭାବେ ଦାୟିତ୍ୱରେ ରହିବେ । ଲୋକାୟୁକ୍ତ ସଦସ୍ୟ ଭାବେ ଡ଼ିଜିପି ଡ଼ଃ ରାଜେନ୍ଦ୍ର କୁମାର ଶାର୍ମା ଙ୍କୁ ନିଯୁକ୍ତି ଦିଆଯିବା ପରେ ସେ ସ୍ୱେଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ତାହା ବର୍ତମାନ ସରକାରଙ୍କ ଦ୍ୱାରା ଗୃହୀତ ହୋଇନଥିବାରୁ ତାଙ୍କ ସ୍ଥାନରେ ବିକେ ଶର୍ମାଙ୍କୁ ଅତିରିକ୍ତ ଭାବେ ଡ଼ିଜିପି ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *