Sunday , June 13 2021
Breaking News
Home / ତାଜା ଖବର / ବାଲି ବୋଝେଇ ଟ୍ରାକ୍ଟର ଜବତ,ଜୋରିମାନା ଆଦାୟ 

ବାଲି ବୋଝେଇ ଟ୍ରାକ୍ଟର ଜବତ,ଜୋରିମାନା ଆଦାୟ 

ଗରଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀରୁ ବେ-ଆଇନ ଭାବରେ ବାଲି ଉଠାଣ କରି ନେଇ ପଳାଇ ଯାଉଥିବା ଏକ ଟ୍ରାକ୍ଟର , ସ୍ଥାନୀୟ ତହସିଲ ପ୍ରଶାସନଙ୍କ ହାତରେ ଧରାପଡି ଜୋରିମାନା ଦେଇଥିବାର ଜଣାଯାଇଛି । ପ୍ରକାଶ ଯେ, ଚିତ୍ରୋତ୍ପଳା ନଦୀର ହରିଦାସପୁର ଗ୍ରାମ ନିକଟସ୍ଥ ଶନିମନ୍ଦିର ସନ୍ନିକଟ ନଦୀ ପଠାରୁ ଗୋଟିଏ ଟ୍ରାକ୍ଟର ବେ- ଆଇନ ଭାବରେ ବାଲି ଉଠାଣ କରୁ ଥିବାର ଖବରପାଇ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ପାଟକୁରା ପୁଲିସ ସହିତ ସେଠାରେ ପହଂଚିିଥିଲେ । ବାଲି ବୋଝେଇ ଟ୍ରାକ୍ଟରଟି ନଦୀ ପଠାରୁ ଆସି ହରିଦାସପୁର ଗ୍ରାମ ନିକଟସ୍ଥ ନଦୀବନ୍ଧ ରାସ୍ତାରେ ପଳାଇ ଯାଉଥିବାବେଳେ, ପୁଲିସ ଓ ତହସିଲଦାର ଗାଡିଟିକୁ ଅଟକାଇ ଥିଲେ । ନଦୀ ପଠାରୁ ବେ-ଆଇନ ଭାବରେ ବାଲି ଉଠାଣ କରି ନେଉଥିବାରୁ ତହସିଲଦାର ସମ୍ପୃକ୍ତ ଟ୍ରାକ୍ଟରକୁ ୫ ହଜାର ଟଙ୍କାର ଜୋରିମାନା କରିଥିଲେ । ଟ୍ରାକ୍ଟର ଚାଳକ ଜୋରିମାନା  ଅର୍ଥ ତହସିଲଦାରଙ୍କ ନିକଟରେ ପୈଠ କରିଥିଲା । ଏହି ଘଟଣା ସ୍ଥାନିୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *