Thursday , August 5 2021
Breaking News
Home / ବିଶେଷ / ବାଲି ଖାଦାନ ରେ ତହସିଲଦାରଙ୍କ ଚଢାଉ ,ଜେସିବି କୁ ୨୫ ହଜାର ଫାଇନ

ବାଲି ଖାଦାନ ରେ ତହସିଲଦାରଙ୍କ ଚଢାଉ ,ଜେସିବି କୁ ୨୫ ହଜାର ଫାଇନ

ଭୁବନ ୦୫/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ଖାଦାନ ,ପଥର,ମୋରମ  ଖଣି ଇତ୍ୟାଦି ନିଲାମ ଦିଆଯାଇନଥିବା ବେଳେ ମାଫିଆ ମାନେ ଏହାର ସୁଯୋଗରେ ବେଆଇନ ଭାବେ ଖଣିଜ ଦ୍ରବ୍ୟ ଚୋରାଚାଲାଣ କରିବାରେ ଲାଗିଛନ୍ତି । ରାଜସ୍ୱ ବିଭାଗ ,ପୋଲିସ ଓ ବନ ବିଭାଗର ଚଢାଉ ସତ୍ୱେ ଚୋରା କାରବାର ରୀତିମତ ଚାଲିଛି । ଯେତିକି ଟଙ୍କା ଫାଇନ ଆଦାୟ ହେଉଛି ତାଠାରୁ ଶହେ ଗୁଣ ଅଧିକ ରାଜସ୍ୱ କ୍ଷତି ହେଉଥିବା ସଂପର୍କରେ ବୁଦ୍ଧିଜୀବୀ ମାନେ ଚର୍ଚ୍ଚା କରୁଛନ୍ତି । ତେବେ ମୂଳୁ ମାରିଲେ ଯିବ ସରି ନ୍ୟାୟରେ ତହସିଲଦାର ପ୍ରଭାସ ବେହୁରା ଏବେ ଆକ୍ସନ ମୁଡରେ ବିଭିନ୍ନ ଖଣି ଖାଦାନ ଉପରେ ସିଧାସଳଖ ଚଢାଉ କରୁଛନ୍ତି । ଆଜି ଭୁବନ ତହସିଲ ଅନ୍ତର୍ଗତ ମାର୍ଥାପୁର ନଦୀଘାଟ ବେଆଇନ ବାଲି ଖାଦାନରେ ଅଚାନକ ଚଢାଉ କରାଯାଇଥିଲା । ଏହି ସମୟରେ ସେଠାରେ ଓଆର୧୬ସି-୩୧୮୩ ନମ୍ବର ବିଶିଷ୍ଟ ଜେସିବି ବାଲି ଉତୋଳନ କରୁଥିବା ଦେଖିଥିଲେ । ସଂପୃକ୍ତ ଜେସିବି ଉପରେ ୨୫ ହଜାର ଟଙ୍କା ଫାଇନ କରିବା ସହ ତାଗିଦ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *