Saturday , June 19 2021
Breaking News
Home / ତାଜା ଖବର / ବାଲିଚନ୍ଦ୍ରପୁର ଅଂଚଳର ଅପହୃତା ନାବାଳିକା ସାଲେପୁରରୁ ଉଦ୍ଧାର

ବାଲିଚନ୍ଦ୍ରପୁର ଅଂଚଳର ଅପହୃତା ନାବାଳିକା ସାଲେପୁରରୁ ଉଦ୍ଧାର

ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଜଣେ ବିବାହିତା ଯୁବକ ଜଣେ ନାବାଳିକାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାକୁ ବିବାହ କରିବା କହି ସାଲେପୁର ଅଂଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତା’ର ବନ୍ଧୁ ଘରେ ରଖିଥିବାର ଖବର ପାଇ ଆଜି ସାଲେପୁର ପୋଲିସ ନାବାଳିକା ଓ ଅପହରଣକାରୀ ଯୁବକକୁ ଧରି ବାଲିଚନ୍ଦ୍ରପୁର ପୋଲିସ ଜିମା ଦେଇଥିବା ଘଟଣା ସାଲେପୁର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ ଯେ ବାଲିଚନ୍ଦ୍ରପୁର ଥାନା ଅଂଚଳର ଜଣେ ବିବାହିତା ତଥା ଏକ ସନ୍ତାନର ଜନକ ଉକ୍ତ ଅଂଚଳର ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୬ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ତାକୁ ଆଣି ସାଲେପୁର ଲୁଣାହାର ଗ୍ରାମରେ ନିଜ ବନ୍ଧୁଘରେ ୨ଦିନ ତଳେ ରଖିଥିଲା । ଏ ସଂପର୍କରେ ନାବାଳିକା ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ବାଲିଚନ୍ଦ୍ରପୁର ପୋଲିସ ଘଟଣା ସଂପର୍କରେ ସାଲେପୁର ପୋଲିସକୁ ଅବଗତ କଲାପରେ ଆଜି ସାଲେପୁର ପୋଲିସ ଲୁଣାହାର ଗ୍ରାମରେ ଚଢ଼ଉ କରି ନାବାଳିକା ଓ ଯୁବକକୁ ଧରି ବାଲିଚନ୍ଦ୍ରପୁର ପୋଲିସ ଜିମା ଦେଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନାବାଳିକା ଓ ବିବାହିତା ଯୁବକ ଉକ୍ତ ଅଂଚଳରେ ହେଉଥିବା ଗୀତିନାଟ୍ୟରେ ରାଜା-ରାଣୀର ଅଭିନୟ କରିଥାନ୍ତି । କାଳକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହେବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *