Sunday , June 13 2021
Breaking News
Home / ବିଶେଷ / ବାଲିଗୁଡା: ସିଆରଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ 

ବାଲିଗୁଡା: ସିଆରଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ 

ବାଲିଗୁଡା, ୧୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା  ରେ ଥିବା  ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ତ୍ରିବେଦୀ ପାର୍କ ପରିସର ଓ ଚତୁର୍ପାଶ୍ୱ କୁ ସମ୍ପୂର୍ଣ୍ଣ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନ  ଆରମ୍ଭ କରିଥିଲେ  । ଏହି ଅଭିଯାନରେ ୧୨୭ ବାଟାଲିୟନର ସମସ୍ତ ଜବାନ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ କାମାଡେଣ୍ଟ ଗଣ ଉପସ୍ଥିତ ରହି ସମଗ୍ର ଅଞ୍ଚଳ ସଦା ସର୍ବଦା ସଫା ସୁତରା ରଖିବା ପାଇଁ କାହା ଉପରେ ଭରଷା ନ କରି ନିଜ ଘରର ଆଖପାଖ ନିଜେ ପରିଷ୍କାର ପରିଚ୍ଛନ୍ନ ରଖିଲେ ସବୁଆଡେ ସଫା ସୁତରା ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ  । ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ  । ଓଡିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *