Sunday , August 1 2021
Breaking News
Home / ବିଶେଷ / ବାଲିଗୁଡା : ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ

ବାଲିଗୁଡା : ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ

ବାଲିଗୁଡ଼ା,୦୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ  ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁ ଙ୍କ ହୋମ ଓ ଦେବ ରିତି ନୀତି  କାର୍ଯ୍ୟ ସମାପନ ହୋଇଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ହୋମରେ ରହିଥିବା ବେଳେ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମହେଶ୍ୱର ପଣ୍ଡା, ବାବୁଲା ପାଣି ପ୍ରମୁଖ ନୀତି କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ଟ୍ରଷ୍ଟି ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ମନ୍ଦୀର ରେ ପହଁଚି ନୀତି କାର୍ଯ୍ୟ ସୂଚାରୁ ରୁପେ ପାଳନ କରିବା ସହ ନବ ଯୌବନ ଦର୍ଶନ କରିଥିଲେ। ଆଜି ଠାରୁ ତିନି ଦିନ ମହାପ୍ରଭୂ ନବ ଯୌବନ ଦର୍ଶନ ଦେବେ। ଜୁଲାଇ ୧୨ତାରିଖରେ ବିନା ଭକ୍ତ ରେ କେବଳ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ରଥଯାତ୍ରା କରାଯିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି। ଓଡିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *