Tuesday , June 15 2021
Breaking News
Home / ତାଜା ଖବର / ବାଲିଗୁଡା :କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା.

ବାଲିଗୁଡା :କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା.

ବାଲିଗୁଡ଼ା, ୧୨/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ ) : କନ୍ଧମାଳ ଜିଲ୍ଲା   କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ  ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି | ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି ପଡିଛି |ଗାଡ଼ି ଓଲଟି ତେଲ ପ୍ୟାକେଟ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାଯାଇଛି। ଖବର ପାଇ ଜି.ଉଦୟଗିରି ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି  ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ମେଡିକାଲ କୁ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗାଡି କିପରି ଓଲଟିଲା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି | ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *