Thursday , August 5 2021
Breaking News
Home / ବିଶେଷ / ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପଜିଟିଭ ଚିହ୍ନଟ : ଏମସରେ ଭର୍ତ୍ତି: ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପଜିଟିଭ ଚିହ୍ନଟ : ଏମସରେ ଭର୍ତ୍ତି: ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ

ବାଲିଗୁଡ଼ା,୦୧/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀ ତୁମୁଡ଼ିବନ୍ଧ ବ୍ଲକ ର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା ବେଳେ ଥଣ୍ଡା କାଶ ହେବା ସହ ମୁଁହ ଫୁଲି ଯାଇଥିଲା ।ସେ ପ୍ରଥମେ ଆଣ୍ଟୀଜେନ ଟେଷ୍ଟ ରେ ନେଗେଟିଭ ଆସିଥିବା ବେଳେ ଆର୍ଟିପିସିଆର ରେ ପଜିଟିଭ ଆସିଲା ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ,କରେନ୍ଦ୍ର ମାଝି ୨୦୦୪-୨୦୦୯, ୨୦୦୯-୨୦୧୪ ଦୁଇଥର ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇ ଥିବା ବେଳେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଦାୟୀତ୍ଵ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ଶୁଭେଛୁ ଓ ସମର୍ଥକ କାମନା କରିଛନ୍ତି । ଓଡିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *