Thursday , June 17 2021
Breaking News
Home / ବିଶେଷ / ବାଲିଗୁଡ଼ା: ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା:ଦ୍ୱିତୀୟ ଦିନରେ କଡାକଡି ଯାଞ୍ଚ ସହ ଜୋରିମାନା ଆଦାୟ

ବାଲିଗୁଡ଼ା: ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା:ଦ୍ୱିତୀୟ ଦିନରେ କଡାକଡି ଯାଞ୍ଚ ସହ ଜୋରିମାନା ଆଦାୟ

ବାଲିଗୁଡା,୧୮/୦୪/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା କଟକଣାକୁ କଡାକଡି ପାଳନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦେଶ ମଧ୍ୟ ଦିଆଯାଇଛି । ଏପରିକି କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ନିର୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ବାଲିଗୁଡ଼ା ଏନ୍ଏସିର ପାତ୍ର ସାହି ଓ ଟ୍ରେଜେରୀ କଲୋନୀରୁ ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଏଥିସହିତ ରାତ୍ରୀ କାଳୀନ କର୍ଫ୍ୟୁର ଦ୍ୱିତୀୟ ଦିନରେ ମଧ୍ୟ ସହରରେ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ସହ ଅମାନିଆଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ରାତିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇ ନାଇଟ କର୍ଫ୍ୟୁକୁ ସଫଳ କରିବାକୁ ରାତିସାରା ପୋଲିସ ଓ ପ୍ରଶାସନ ତରଫରୁ ପଇଁତରା ମାରି ଜନସାଧାରଣଙ୍କୁ ସଚେତନ କରାଉଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *