Sunday , June 20 2021
Home / ବିଶେଷ / ବାଲିଆପାଳ ଢ଼ାବାରେ ନାବାଳକ ମୃତ୍ୟୁ ଘଟଣାର ଏଚଆରପିସି ତଦନ୍ତ ଆରମ୍ଭ

ବାଲିଆପାଳ ଢ଼ାବାରେ ନାବାଳକ ମୃତ୍ୟୁ ଘଟଣାର ଏଚଆରପିସି ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ଜଳେଶ୍ୱର ଢ଼ାବାରେ କାର୍ଯ୍ୟରତ ଜଣେ ନାବାଳକ ର ମୃତ୍ୟୁ ଘଟଣାରେ ଉତ୍ୟକ୍ତ ଗ୍ରାମବାସୀମାନେ ଜଳେଶ୍ୱର ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ସେ ଗ୍ରାମବାସୀଙ୍କ ଆକ୍ରମଣରେ ଅସୁସ୍ଥ । ପରେ ପୁଣି ସମ୍ପୃକ୍ତ ଢ଼ାବା ମାଲିକଙ୍କର ଅନ୍ୟ ଏକ ଢ଼ାବା ଓ ତାଙ୍କ ଘରେ ଉତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ । ପୁଣି ସମ୍ପୃକ୍ତ ନାବାଳକ ର ଶବ ବ୍ୟବଛେଦ ହୋଇ ଆସିବା ପରେ ଶବ ଆରିଥିବା ଆମ୍ବୁଲାନ୍ସ ଓ ସେଥିରେ ଆସିଥିବା କର୍ମଚାରୀ ଓ ଦୁଇ ପୋଲିସ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖି ଉଲୁଣ୍ଣା ଠାରେ ରାସ୍ତା ଅବରୋଧ କରିଥିଲେ । ୨୦ ଲକ୍ଷ ଟଙ୍କା କ୍ଷତି ପୁରଣ ଓ ଢ଼ାବା ମାଲିକ ଏବଂ କର୍ମଚାରୀଙ୍କ ଗିରଫ ଦାବି କରିଥିଲେ । ବାଲିଆପାଳ ଠାରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ଓ ଏସପି ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଙ୍କୁ ସେଠାରୁ ଜିଲା ପୋଲିସ ହେଡ଼କô୍ାର୍ଟରକୁ ବଦଳି କରିଥିବାବେଳେ ରେମୁଣା ଥାନା ଆଇଆଇସି ରଣଜିତ ସାହୁଙ୍କୁ ବାଲିଆପାଳ ଥାନା ଆଇଆଇସି ଭାବେ ବଦଳି କରିଥିଲେ । ଏହାପରେ ଏହି ସମ୍ପୂର୍ଣ୍ଣ ଘଟଣାର ଏଚଆରପିସି ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଗତକାଲି ଏଚଆରପିସି ର ଡ଼ିଏସପି ରଂଜିତ ନାୟକଙ୍କ ନେତୃତ୍ୱରେ ସତ୍ୟନାରାୟଣ ଦାସ ଙ୍କ ସମେତ ଏକ ଟିମ ବାଲିଆପାଳ ଯାଇଥିଲା । ଆଜି ଏହି ଟିମ ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *