Thursday , June 17 2021
Breaking News
Home / ସ୍ୱାସ୍ଥ୍ୟ / ବାରମ୍ବାର ପରିସ୍ରା କରିବା ପ୍ରୋଷ୍ଟେଟ୍ ହେବାର କାରଣ ହୋଇପାରେ

ବାରମ୍ବାର ପରିସ୍ରା କରିବା ପ୍ରୋଷ୍ଟେଟ୍ ହେବାର କାରଣ ହୋଇପାରେ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ବୟସ୍କ ଲୋକଙ୍କଠାରେ ପ୍ରୋଷ୍ଟେଟ୍ ରୋଗ ସାଧାରଣ ଅଟେ,ଯାହା ଅସୁସ୍ଥତାର ମୁଖ୍ୟ କାରଣ ଅଟେ । ଅନେକ ପ୍ରୋଷ୍ଟେଟ୍ ସମସ୍ୟା ପାଇଁ ଆଖପାଖ ପରିସ୍ଥିତି ଗୁଡ଼ିକୁ ଦାୟୀ କରିଥାନ୍ତି । କେତେକ ବୟସ,ପାଣିପାଗର ପରିବର୍ତନ, ଯାତ୍ରାଜନିତ ଚାପ, ବିଭିନ୍ନ ସ୍ଥାନର ପାଣି ଇତ୍ୟାଦିକୁ ଦୋଷ ଦେଇଥାନ୍ତିି । ଯାହାହେଉ ସୁସ୍ତିଆ ଜୀବନଶୈଳୀ ପାଇଁ ବୟସର କାରଣ ଲାଇନକୁ ଅସ୍ପଷ୍ଟ କରୁଛି । ପ୍ରୋଷ୍ଟେଟ ର ବୃଦ୍ଧି “ଲୋୟର୍ ୟୁରିନାରୀଟ୍ରାକ୍ ସିଷ୍ଟମର କାରଣ ହୋଇପାରେ ଯାହା ଜୀବନର ମାନରେ ବ୍ୟାଘାତ ହୋଇପାରେ । ମାଇକ୍ରୋସ୍କୋପିକ ର ଅତିଶୟ ବୃଦ୍ଧି ସମୟାନୁସାରେ ଗ୍ଲାଣ୍ଡର ବୃଦ୍ଧିର କାରଣ ହୋଇଥାଏ, ଯାହାକୁ ଖାଲି ଆଖିରେ ଦେଖି ହୋଇଥାଏ । ଏହାକୁ ବିଗିନିଂ ପ୍ରୋଷ୍ଟେଟିକ୍ ହାଇପରପ୍ଲାସିଆ (ବିପିଏଚ୍)କୁହାଯାଏ । ଏହା ୩୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଏହି ସମସ୍ୟା ୪୦ବର୍ଷ ପୂର୍ବରୁ ୮% ପୁରୁଷ, ୬୦ ବର୍ଷ ବୟସ ପୂର୍ବରୁ ୫୦% ପୁରୁଷ ଓ ୯୦ବର୍ଷ ବୟସ ପୂର୍ବରୁ ୯୦% ପୁରୁଷଙ୍କ କ୍ଷେତ୍ରରେ ମାଇକ୍ରୋସ୍କୋପିକ୍ ବିପିଏଚ ଦେଖାଯାଇଥାଏ । ବ୍ୟବହୃତ ସଂଜ୍ଞା ଅନୁସାରେ, ୧୪%ରୁ ୩୦% ପର୍ଯ୍ୟନ୍ତ ବିପିଏଚ୍ ବ୍ୟାପକତା ୫୦ ବା ଅଧିକ ବୟସର ଲୋକମାନଙ୍କ କ୍ଷେତ୍ରରେ ଦେଖାଯାଏ । ପ୍ରୋଷ୍ଟେଟ୍ ବୟସର ଦୁଇଟି ମୁଖ୍ୟ ବୃଦ୍ଧି ସମୟରେ ହୋଇଥାଏ । ପ୍ରଥମେ ଯୁବକ ସମୟରେ ହୋଇଥାଏ, ଯେତେବେଳେ ପ୍ରୋଷ୍ଟେଟ୍ ଦୁଇଗୁଣା ଆକାର ଧାରଣ କରିଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଏହା ୨୫ବର୍ଷବୟସର ଲୋକଙ୍କଠାରେ ଦେଖାଯାଇଥାଏ, ଯାହା ବ୍ୟକ୍ତିର ଜୀବନରେ ଅନେକ ସମୟ ଧରି ରହିଥାଏ । ବିପିଏଚ୍ ସବୁବେଳେ ଦ୍ୱିତୀୟ ବୃଦ୍ଧି ପର୍ଯ୍ୟାୟରେ ଘଟିଥାଏ । ବିପିଏଚରେ ପିଡ଼ିତ ରୋଗୀମାନେ ସାଧାରଣତଃ ରାତିରେ ଅଧିକ ଥରପରିସ୍ରା କରିବା, ପରିସ୍ରା ପ୍ରବାହରେ କଷ୍ଟହେବା, ମୂତ୍ରାଶୟ ସମ୍ପୂର୍ଣ୍ଣ ଖାଲି ନହେବା ଇତ୍ୟାଦି ଅଭିଯୋଗ କରିଥାନ୍ତି । ଏହାଯୋଗୁଁ ଜୀବନର ମାନରେ ବ୍ୟାଘାତ ହୋଇଥାଏ, କାରଣ ପ୍ରୋଷ୍ଟେଟ୍ର ବୃଦ୍ଧି “ଲୋୟର୍ ୟୁରିନାରୀ ଟ୍ରାକ୍ ସିଷ୍ଟମ ର” କାରଣ ହୋଇପାରେ । ଏହି ଲକ୍ଷଣ ଗୁଡ଼ିକୁ କମାଇବା ପାଇଁ ରୋଗୀ ପାଣି ଓ ଅନ୍ୟାନ୍ୟ ତରଳ ପଦାର୍ଥକୁ ନେବାରେ ବିରୋଧ କରିଥାନ୍ତିି ଏବଂ ସେମାନଙ୍କ ମୂତ୍ରତ୍ୟାଗ କରିବା ନେଇ ସେମାନେ ଅତ୍ୟନ୍ତ ସଜାଗ ରହିଥାନ୍ତି । ଉଦାହରଣ ସ୍ୱରୂପ, ସେମାନେ ଯେଉଁଠିକୁ ଯାଆନ୍ତିି ପରିସ୍ରାଗାରର ଅବସ୍ଥିତିକୁ ସୁନିଶ୍ଚିତ କରିଥାଆନ୍ତି,ଅଧିକ ଦୂରକୁ ଯାତ୍ରା କରିବା ପୂର୍ବରୁ ପରିସ୍ରା କରିଥାଆନ୍ତି, ଯେଉଁଠାରେ ସେ ଲମ୍ବା ବସ୍ ଯାତ୍ରା ଭଳି ଦୀର୍ଘଯାତ୍ରାରେ ପରିସ୍ରାକୁ ସମ୍ଭାଳି ପାରନ୍ତି ନାହିଁ । ଏଗୁଡ଼ିକ ରୋଗୀର ଜୀବନର ମାନକୁ ଆହୁରି ଜଟିଳ କରିଥାଆନ୍ତି । ପ୍ରୋଷ୍ଟେଟ୍ ସ୍ୱାସ୍ଥ୍ୟମାସ ସେପ୍ଟେମ୍ବର ମାସରେ ପାଳନ କରାଯାଏ, ଯାହା ପୁରୁଷଙ୍କ ସ୍ୱାସ୍ଥ୍ୟଗତ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦକ୍ଷେପ ଅଟେ । ସହଜରେ ପ୍ରୋଷ୍ଟେଟ୍ ସ୍ୱାସ୍ଥ୍ୟକୁ ପରିଚାଳନା କରିବାପାଇଁ ହେଉଛି ଡ଼ବ୍ଲ୍ୟଡ଼ବ୍ଲ୍ୟଡ଼ବ୍ଲ୍ୟୁ  ଡ଼ଟ୍ ୱାଟର ରିଲିଫ ଡ଼ଟ୍ ଇନ୍  ଏକ ଡିଜିଟାଲ୍ ଆସେଟ୍, ଯହାକୁରୋଗୀ ସଚେତନତା ଓ ଶିକ୍ଷା ପାଇଁ ସୃଷ୍ଟିକରାଯାଇଛି । ଓଡ଼ିଶା ସମାଚାର

About admin

Check Also

୧୮ ରୁ ୪୪ ବର୍ଷଙ୍କୁ ଟୀକାକରଣରେ ବିଳମ୍ବ -ପାରାଦୀପର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ …

Leave a Reply

Your email address will not be published. Required fields are marked *