Sunday , June 20 2021
Home / ବିଶେଷ / ବାରମ୍ବାର ଅଭିଯୋଗ ପରେବି ଅସହାୟା  ମହିଳାଙ୍କ ଘର ସମ୍ମୁଖରୁ ବିଦ୍ୟୁତ ଖୁଂଟ ହଟୁନି

ବାରମ୍ବାର ଅଭିଯୋଗ ପରେବି ଅସହାୟା  ମହିଳାଙ୍କ ଘର ସମ୍ମୁଖରୁ ବିଦ୍ୟୁତ ଖୁଂଟ ହଟୁନି

କେନ୍ଦ୍ରାପଡା,୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ସେସୁ,ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେବି ଜଣେ ବିଧବା, ବୟଷ୍କା, ଅସହାୟା ମହିଳା ସରକାରଙ୍କ ଆବାସ ଯୋଜନାରେ ପାଇଥିବା ଘର ସମ୍ମୁଖରୁ ବିଦ୍ୟୁତ ଖୁଂଟଟି ହଟୁନାହିଁ । ଫଳରେ ସଂପୃକ୍ତ ମହିଳା ଘରୁ ପଦାକୁ ବାହାରିବାରେ ଗୁରୁତର ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏତଦ ବ୍ୟତିତ ବିଦ୍ୟୁତ ଆଘାତ ଲାଗିବାର ମଧ୍ୟ ସମ୍ଭାବନା ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ସହରର ମହିପାଳ ଗ୍ରାମର ସୂର୍ଗତ ଅଲ୍ଲୀ ଖାଁଙ୍କ  ୬୫ବର୍ଷର ଅସହାୟା ବିଧବା ପତ୍ନୀ ହସିନା ବିବି  ସରକାରଙ୍କ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଏକ ଗୃହ ନିର୍ମାଣ କରି ରହୁଥିଲେ । ସେହି ଘର ସମ୍ମୁଖରେ ଏକ ବିଦ୍ୟୁତ ଖୁଂଟ ଥିଲା । ଗତ ଫନି ବାତ୍ୟାରେ ସେହି ଖୁଂଟଟି  ଉପୁଡି ପଡି ତାଙ୍କ ପାଇଖିନା ଉାପରେ ପଡିଯାଇଥିଲା । ଫଳରେ ସେ ଘରୁ ପଦାକୁ ବାହାରିବା ଓ ପାଇଖିନାକୁ ଯିବାରେ ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଥିଲେ । ଏ ସମ୍ପର୍କରେ ସେ ସେସୁ କର୍ତୃପକ୍ଷ,ତହସିଲଦାରଙ୍କୁ ବାରମ୍ବାର ନିବେଦନକରି ଅସଫଳ ହେବାପରେ ଶେଷରେ ଜିଲ୍ଲାପାଳଙ୍କୁ  ନିବେଦନ କରିବା ପରେ କେନ୍ଦ୍ରାପଡା ତହସିଲ ଓ ସେସୁ ଅଧିକାରୀମାନେ ମିଳିତ ତଦନ୍ତ କରିଥିଲେ କିନ୍ତୁ ସେହି ସମସ୍ୟାର ସମାଧାନ ଅଦ୍ୟାବଧି ହୋଇନଥିବାରୁ ସଂପୃକ୍ତ ଅସହାୟା ବୟଷ୍କା ମହିଳା ଜଣଙ୍କ ପୁନର୍ବାର ଜିଲ୍ଲାପାଳଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ନିବେଦନ କରିଥିବା ଜଣାପଡିଛି ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *