Wednesday , August 4 2021
Breaking News
Home / ରାଜନୀତି / ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବ୍ଲକ୍ ପ୍ରଶାସନକୁ ଭେଟିଲା ପାଟକୁରା କଂଗ୍ରେସ ଦଳ

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବ୍ଲକ୍ ପ୍ରଶାସନକୁ ଭେଟିଲା ପାଟକୁରା କଂଗ୍ରେସ ଦଳ

ଗରଦପୁର, ୨୪/୦୫/୨୦୨୧(ଓଡ଼ିଶା ସମାଚାର)-ସମ୍ଭାବ୍ୟ ବାତ୍ୟା ୟାସ କୁ ବ୍ଲକ୍ ପ୍ରଶାସନ ମୁକାବିଲା କରିବା ପାଇଁ କିଭଳି ପ୍ରସ୍ତୁତ ରହିଛି , ସେ ନେଇ ପାଟକୁରା କଂଗ୍ରେସ କମିଟି ପକ୍ଷରୁ ଆଜି ଗରଦପୁର ବିଡ଼ିଓ ଙ୍କୁ ଭେଟି ଆଲୋଚନା କରିଛନ୍ତି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ଗରଦପୁର ବ୍ଲକ କଂଗ୍ରେସ ସଭାପତି ଜ୍ୟୋତି ରଂଜନ ପରିଡ଼ା , କଂଗ୍ରେସ ନେତା ନୀରଂଜନ ରାଉତ, ଅଜିତ ମହାନ୍ତି , ରମାକାନ୍ତ ସ୍ୱାଇଁ, ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି, ଓ ଗୋପାଳ ସାହୁ ଙ୍କ ସମେତ ଏହି ପ୍ରତିନିଧି ଦଳ ବିଡ଼ିଓ ରଂଜିତ କୁମାର ମଲିକ ଙ୍କୁ ସାକ୍ଷାତ କରି ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ବାତ୍ୟା ପିଡ଼ିତ ଙ୍କ ପାଇଁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଦଳ ପକ୍ଷରୁ ନିଜର କ୍ଷମତା ଭିତରେ ସାହାଯ୍ୟ ସହଯୋଗ କରାଯିବ ବୋଲି କଂଗ୍ରେସ ନେତା ଶ୍ରୀ କାନୁନଗୋ ବିଡ଼ିଓ ଙ୍କୁ ଅବଗତ କରାଇଛନ୍ତି । ତେବେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ କରାଯିବା ସହିତ ସାନିଟାଇଜ କରିବାର ବ୍ୟବସ୍ଥା କରାଯାଉଥିବା ବିଡ଼ିଓ ସୂଚନା ଦେଇଛନ୍ତି । ଏହାଛଡ଼ା ପିଡ଼ିତଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା , ରନ୍ଧା ଖାଦ୍ୟ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବିଦ୍ୟାଳୟକୁ ନୋଡ଼ାଲ କେନ୍ଦ୍ର କରାଯାଇ ପାନୀୟ ଜଳ, ଆଲୋକ , ପରିମଳ ଓ ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱ ଦିଆଯାଇଛି । ବାତ୍ୟାରେ ଉଦ୍ଧାର କାର୍ଯ୍ୟ ଓ ପରେ ରିଲିଫ ଓ ଥଇଥାନ ବ୍ୟବସ୍ଥାର ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ବିଡ଼ିଓ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗର କିଷାନ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ  କିଷାନ …

Leave a Reply

Your email address will not be published. Required fields are marked *