Saturday , July 31 2021
Breaking News
Home / ବିଶେଷ / ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

କରୋନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପରାମର୍ଶ
ଭୁବନେଶ୍ୱର,୨୩/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଭର୍ଚୁଆଲ ମୋଡ ରେ ହୋଇଥିବା ସମୀକ୍ଷା ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି)କୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଡାକଡି ପାଳନ ପାଇଁ ଶ୍ରୀ ଜେନା ନିର୍ଦ୍ଧେଶ ଦେଇଛନ୍ତି । ଜାରି କରାଯାଇଥିବା ଏସଓପିରେ ବତ୍ୟା ସମୟରେ ଲୋକଙ୍କ ରହଣି ପାଇଁ ବିକଳ୍ପ ଆଶୟସ୍ଥଳର ଅନୁଧ୍ୟାନ ସହିତ ତାହା ତୁରନ୍ତ ଚୂଡାନ୍ତ କରିବାକୁ କୁହାଯାଇଛି । ବିଶେଷକରି କରୋନା ସଂକ୍ରମିତ ବ୍ୟକ୍ତି ଯେଉଁମାନେ କି ଗୃହ ସଂଗରୋଧରେ ଅଛନ୍ତି ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ସକାଶେ ଅଧିକ ସଂଖ୍ୟାରେ ଆଶ୍ରୟସ୍ଥଳ ଲାଗି କୁହାଯାଇଛି । ଏଥି ସହିତ ଲୋକଙ୍କୁ ଯେଭଳି ଠିକଣା ସମୟରେ ସ୍ଥାନାନ୍ତର କରାଯାଇପାରିବ ଏବଂ ସେମାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଛତୁଆ, ବିସ୍କୁଟ ସହିତ ପାନୀୟଜଳ ଓ ବିକଳ୍ପ ବିଦୁ୍ୟତ ବ୍ୟବସ୍ଥା ଲାଗି ନିର୍ଦ୍ଧେଶ ଦିଆଯିବା ସହିତ ବୃଦ୍ଧ, ଶାରୀରିକ ଓ ମାନସିକ ଅକ୍ଷମ, ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା, ଶିଶୁ ଏବଂ ନବଜାତଙ୍କ ସ୍ୱତନ୍ତ୍ର ଯତ୍ନ ନେବା ସହିତ ଆଶୁ ଚିକିତ୍ସା ବାକ୍ସ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ମୁ୍ୟନିସିପାଲ କମିଶନର କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ପୂର୍ଣ୍ଣ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ସାନିଟେସନ ବ୍ୟବସ୍ଥା ସହିତ ଅତିରିକ୍ତ ସଫେଇ ପାଇଁ କର୍ମଚାରୀ ମୁତୟନ କରାଯିବ । ମହିଳା, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ବ୍ୟକ୍ତିଙ୍କ ସୁରକ୍ଷାଲାଗି ଆଶୟସ୍ଥଳ ଗୁଡିକରେ ମହିଳା ହୋମଗାର୍ଡ ଓ ସୁରକ୍ଷାକର୍ମୀ ନିଯୁକ୍ତି ପାଇଁ କୁହାଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ନିଶ୍ଚିତଭାବେ ଚିହ୍ନଟ କରି ଆଶ୍ରୟସ୍ଥଳରେ ମୁତୟନ ଲାଗି ଏସଓପିରେ ଉଲ୍ଲେଖ ଅଛନ୍ତି । ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ ରୋଷେଇ ଲାଗି ଆବଶ୍ୟକ ସାମଗ୍ରୀ, ଡିସପୋଜେବୁଲ ପ୍ଲେଟ, ଗ୍ଲାସ ଆଦି ମହଜୁଦ ରଖିବାକୁ କୁହାଯାଇଛି । ପ୍ରଭାବିତ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ସହିତ ଆଶ୍ରୟସ୍ଥଳରେ ରଖାଯିବା ସମୟରେ କୋଭିଡ ନିୟମାବଳୀ ପାଳନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସମସ୍ତ ବିପଦସଙ୍କୁଳ ପରିବାରକୁ ଚିହ୍ନଟ ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ରାଜି କରାଯିବ ଏବଂ ଆଶ୍ରୟସ୍ଥଳରେ ଆବଶ୍ୟକ ଆଲୋକ ବ୍ୟବସ୍ଥା ସହିତ ଜେନେରେଟର ସେଟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସମସ୍ତ ପୌରାଂଚଳରେ ୨୪ଘଂଟିଆ ଜଳଯୋଗାଣ ପାଇଁ କଂଟ୍ରୋଲ ରୁମ ବ୍ୟବସ୍ଥାସହିତ ସହଜ ପରିଚାଳନା ଲାଗି ହ୍ୱାଟସଆପ ଗ୍ରୁପ ଗଠନ ଲାଗି ନିର୍ଦ୍ଧେଶ ଦିଆଯାଇଛି । ବାତ୍ୟା ସମ୍ଭାବନା ଥିବା ପୌରାଂଚଳଗୁଡିକରେ ଗଛ କାଟି ରାସ୍ତା ସଫା କରିବାପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ରଖିବାପାଇଁ କୁହାଯାଇଛି । ପୌରାଂଚଳରେ ଯେଭଳି ନିର୍ବିଘ୍ନରେ ପାନୀୟଜଳ ଯୋଗାଣ ହେବ ତାହା ଉପରେ ଗୁରୁତ୍ୱ ଦେବା ସହିତ ବିଦୁ୍ୟତ ସରବରାହ ବିଚ୍ଛିନ୍ନ ରହିଲେ ଏହାର ମୁକାବିଲାପାଇଁ ଅଧିକ ପାଣି ଟ୍ୟାଙ୍କର ବ୍ୟବସ୍ଥା ସହିତ ସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ସଂଖ୍ୟକ ଜେନେରେଟର ସେଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ବିଦୁ୍ୟତ ବ୍ୟବସ୍ଥାରେ ବିଭ୍ରାଟ ହେଲେ ଯେଭଳି ଜଳଯୋଗାଣରେ କୌଣସି ବାଧା ନଉପୁଜେ ସେଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଡି.ଜି ସେଟ ପ୍ରସ୍ତୁତ ଲାଗି ନିର୍ଦ୍ଧେଶ ଦିଆଯାଇଛି । ପଂଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା କରି ଗ୍ରାମାଂଚଳରେ ନିରବଚ୍ଛିନ୍ନ ପାନୟଜଳ ଯୋଗାଣ ସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି । ପାନୀୟଜଳ, ରିଲିଫ, ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳ ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ବାତ୍ୟା ପରିବର୍ତୀ ସମୟରେ ଯେଭଳି ତତକାଳ ରାସ୍ତାଘାଟ ସଫାହେବ ଏବଂ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଯିବ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ କହିଛନ୍ତି । ବିଭାଗର ସମସ୍ତ କର୍ମଚାରୀଙ୍କୁ ଏଥିପାଇଁ ସଚେତନ କରିବା ସହିତ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ, ପଂଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଡି.କେ.ସିଂହ, ପୌର ନିର୍ଦ୍ଧେଶକ ସଂଗ୍ରାମଜିତ ନାୟକ, ପାନୀୟ ଜଳ ଓ ପରିମଳ ନିର୍ଦ୍ଧେଶକ ବି.ପରମେଶ୍ୱରନ, ଆରଡବ୍ଲୁ୍ୟ ଏସଏସ ର ସର୍ବୋଚ୍ଚ ଯନ୍ତ୍ରୀ, ଇଆଇସି, ପିଏଚ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *