Monday , June 21 2021
Breaking News
Home / କୃଷି / ବାତ୍ୟା ପରବର୍ତୀ ସମୟରେ ଗ୍ରାମାଂଚଳରେ ଫଳ ଏବଂ ପନିପରିବା ସୃଷ୍ଟି କରିବା ଉପରେ କର୍ମଶାଳା

ବାତ୍ୟା ପରବର୍ତୀ ସମୟରେ ଗ୍ରାମାଂଚଳରେ ଫଳ ଏବଂ ପନିପରିବା ସୃଷ୍ଟି କରିବା ଉପରେ କର୍ମଶାଳା

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- କେବିକେ, ଖୋର୍ଦ୍ଧା, ଆଇସିଏଆର-ସିଫା, କୌଶଲ୍ୟାଗଙ୍ଗ ଏବଂ ଇଷ୍ଟ-ୱେଷ୍ଟ ସିଡ୍ ଇଂଟରନ୍ୟାସନାଲ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଗୁଆପୁର ଗ୍ରାମରେ ବାତ୍ୟା ପରବର୍ତୀ ସମୟରେ ଗ୍ରାମାଂଚଳ ଗୁଡ଼ିକରେ ଫଳ ବଗିଚା ସୃଷ୍ଟି କରିବା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେବିକେ ଖୋର୍ଦ୍ଧାର ଶସ୍ୟ ଉତ୍ପାଦନ ବିଭାଗର ଏସ୍.ଏମ୍.ଏସ୍. ସୁରେନ୍ଦ୍ର ସିଂ ଯୋଗଦେଇ ବାତ୍ୟା ପରବର୍ତୀ ସମୟରେ ଗ୍ରାମାଂଚଳ ମାନଙ୍କରେ ବିଭିନ୍ନ ପ୍ରକାର ଫଳ ଏବଂ ପନିପରିବା ସୃଷ୍ଟି କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ଚାଷୀମାନେ ଅନ୍ୟ ଉପରେ ନିର୍ଭର ନ କରି ନିଜ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଉତ୍ପାଦନ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ଗୃହ ବିଜ୍ଞାନ ବିଭାଗର ସୁକାନ୍ତି ବେହେରା ଯୋଗ ଦେଇଥିଲେ । ଇଷ୍ଟ-ୱେଷ୍ଟ ସିଡ୍ ଇଂଟରନ୍ୟାସନାଲର ପ୍ରୋଜେକ୍ଟ ଲିଡ୍ ଅଫିସର ରାମାଶ୍ରୟ ଦୁବେ ଯୋଗଦେଇ ଚାଷୀମାନେ କିପରି ସ୍ୱଳ୍ପ ବିନିଯୋଗ କରି ନିଜ ବାଡ଼ିବଗିଚାରେ ପନିପରିବା ଚାଷ କରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ । ସେମାନଙ୍କୁ ସଂସ୍ଥା ତରଫରୁ କିଚେନ୍ ଗାର୍ଡେନ ସାମ୍ଗ୍ରୀ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *