Monday , June 21 2021
Breaking News
Home / ତାଜା ଖବର / ବାଣ ଫୁଟାରେ ଯୁବକ ଗୁରୁତର

ବାଣ ଫୁଟାରେ ଯୁବକ ଗୁରୁତର

କେନ୍ଦ୍ରାପଡା ୨୯/୧୦/୨୦୧୯(ଓଡ଼ିଶା ସମାଚାର)-ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।   ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଇଛାପୁର ଅଂଚଳର ସୂର୍ଯ୍ୟ ନାରାୟଣ ଦାସ ନାମକ ଜଣେ ଯୁବକ ଦୀପାବଳୀ ଉପଲକ୍ଷେ ବାଣ ଫୁଟାଉଥିବା ବେଳେ ଅସାବଧାନତା ହେତୁ ତାଙ୍କ ହାତରେ ଏକ ବାଣ ଫୁଟିଯିବାରୁ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *