Wednesday , June 16 2021
Breaking News
Home / ତାଜା ଖବର / ବାଇକକୁ ଚାପିଲା ହାଇୱା: ଘଟଣାସ୍ଥଳରେ ପୁଅର ମୃତ୍ୟୁ ଓ ମାଆ ଗୁରୁତର

ବାଇକକୁ ଚାପିଲା ହାଇୱା: ଘଟଣାସ୍ଥଳରେ ପୁଅର ମୃତ୍ୟୁ ଓ ମାଆ ଗୁରୁତର

ନିରାକାରପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରାମେଶ୍ୱର ଛକ ନିକଟରେ ଏକ ବାଇକକୁ ଗୋଟିଏ ହାଇୱା ଚାପି ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକ ପୁଅର ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇ ବାଇକରେ ବସିଥିବା ମାଆ ଚିକିତ୍ସିିତ ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଆଜି ସାଢେ ଗୋଟାଏ ସମୟରେ ଗୋଟିଏ ବାଇକ(ନଂ ଓଡ଼ି୦୭ୟୁ ୫୦୨୯)ରେ କଟକ ଯାଜପୁରର ପ୍ରଦୀପ ଜେନା( ୨୭) ଓ ତାଙ୍କ ମାଆ ବିଳାସୀ ଜେନା ( ୫୦)  ବ୍ରହ୍ମପୁର ଯାଉଥିବାବେଳେ ହଠାତ ଏକ ହାଇୱା ( ନଂ ଓଡ଼ି୦୨ ଏଭି ୫୯୫୬) ବୀପରିତ ଦିଗରୁ ଡ଼ାଉଭରସନରେ ବାମକୁ ଯାଉଥିବାବେଳେ ଭାରମାସ୍ୟ ହରାଇ ବାଇକ ଉପରେ ଚଢିଯାଇଥିଲା । ଫଳରେ ପ୍ରଦୀପଙ୍କ ମୁଣ୍ଡ ଉପରେ ଚକା ଚଢି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମାଆ ବିଳାସୀଙ୍କୁ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ନିଆଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଂଚି  ଦୁଇଟି ଯାକ ଗାଡ଼ି ଜବତ କରି ଥାନାକୁ ନେଇଥିବାବେଳେ ଶବର ପଂଚନାମା କରି ଆସନ୍ତା କାଲି ଖୋର୍ଦ୍ଧା ବ୍ୟବଛେଦ ପାଇଁ ପଠାଇବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।  ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *