Thursday , June 17 2021
Breaking News
Home / ବିଶେଷ / ବଳଦେବଜୀଉ ପାୱାରଲୁମ ଶ୍ରମିକସଙ୍ଘ ପକ୍ଷରୁ ବକେୟା ପାଉଣା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

ବଳଦେବଜୀଉ ପାୱାରଲୁମ ଶ୍ରମିକସଙ୍ଘ ପକ୍ଷରୁ ବକେୟା ପାଉଣା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ବଳଦେବଜୀଉ ପାୱାରଲୁମ ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରମିକମାନଙ୍କ ବକେୟା ପାଉଣା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୧୯୬୯ମସିହାରୁ ତିନିମୁହାଣି ଶିଳ୍ପାଂଚଳରେ ପ୍ରତିଷ୍ଠିତ ହୋଇଥିବା ବଳଦେବଜୀଉ ପାୱାରଲୁମରେ କାର୍ଯ୍ୟକରିଆସୁଥିବା ୨ଶହ ଶ୍ରମିକ ସେମାନଙ୍କ ବକେୟା ଦରମା ଦୀର୍ଘବର୍ଷ ଧରି ପାଇନାହାନ୍ତି । ଗତ ୧୯୯୬ମସିହାରେ ଏହି ପାୱାରଲୁମକୁ ବନ୍ଦ କରି ଦିଆଯାଇଥିବା ବେଳେ ଗତ ୨୦୦୧ମସିହା ନଭେମ୍ବରମାସ ୩୦ତାରିଖରେ ଏହି ଶ୍ରମିକମାନଙ୍କୁ ଭି.ଆର.ଏସ. ଦିଆଯାଇଥିଲା । ଲିକୁ୍ୟଡେଟରଙ୍କୁ ଶ୍ରମିକମାନେ ବାରମ୍ବାର ସେମାନଙ୍କ ବକେୟା ଦରମା ପ୍ରଦାନ କରିବାକୁ ନିବେଦନ କରିଥିଲେବି ସେ ମହାଶୟ ଏହି ସମସ୍ୟା ପ୍ରତି କୈାଣସି କର୍ଣ୍ଣପାତ କରିନଥିଲେ । ଶ୍ରମିକମାନେ ବାଧ୍ୟହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏମ.ପି.(ସି) ନଂ-୧୧୩୦୨/୨୦୧୪ରେ ଏକ ମାମଲା ଦାୟର କରିବା ପରେ ଉଚ୍ଚ ନ୍ୟାୟାଳୟ ଗତ ୨୦୧୯ମସିହା ମାର୍ଚ୍ଚମାସ ୬ତାରିଖରେ ପାୱାରଲୁମରେ କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କୁ ବକେୟା ଦରମା ପ୍ରଦାନ ପାଇଁ ଲିକୁ୍ୟଡେଟରଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟଙ୍କ ନିର୍ଦେଶ ସତ୍ୱେ ଅଦ୍ୟାବଧି ଲିକୁ୍ୟଡେଟର କୈାଣସି ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । ଏହା ମଧ୍ୟରେ ବଳଦେବଜୀଉ ପାୱାରଲୁମର ସମସ୍ତ ବଳକା ଜିନିଷପତ୍ର ଓ ଜମିକୁ ଚଂଚକତା ପୂର୍ବକ ବିକ୍ରୀ କରି ଦିଆଯାଇଥିବା ଶ୍ରମିକ ସଙ୍ଘ ଅଭିଯୋଗ କରିଛି । ଯାହାଫଳରେକି ଶ୍ରମିକମାନେ ଅତ୍ୟନ୍ତ ଦୁଃଖର ସହିତ ଆର୍ଥିକ ଅନାଟନରେ ପରିବାର ସହ ମାନସିକ ଯନ୍ତ୍ରଣାରେ ଜୀବନଯାପନ କରୁଛନ୍ତି । ଆସନ୍ତା ୧୫ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାନଗଲେ ଶ୍ରମିକମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେବା ସହ ଆବଶ୍ୟକ ହେଲେ ଆତ୍ମଦାହ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସଂଘ ପକ୍ଷରୁ ମୂରଲୀଧର ଦାସ, ରାଜକିଶୋର ଜେନା, ଗିରିଧାରୀ ପୃଷ୍ଟି, ସୁରେନ୍ଦ୍ର ବେହେରା, କ୍ଷେତ୍ରବାସୀ ସାହୁ, ଦିଗାମ୍ବର ପାତ୍ର, ଗୋବିନ୍ଦ ଚନ୍ଦ୍ର୍ର କର, କେଶବ ବେହୁରା, ପ୍ରଦୀପ କୁମାର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହି ଆବେଦନର ନକଲ ମୁଖ୍ୟମନ୍ତ୍ରୀ, ବୟନଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, କେନ୍ଦ୍ରାପଡା ସାଂସଦ ଓ କେନ୍ଦ୍ରାପଡା ବିଧାୟକଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *