Monday , June 21 2021
Breaking News
Home / କ୍ରୀଡ଼ା / ବଲ ବ୍ୟାଡମିଟନ ପ୍ରତିଯୋଗିତାରେ ଭୁବନେଶ୍ୱର ଓ ଖୋର୍ଦ୍ଧା ଚମ୍ପିିୟାନ

ବଲ ବ୍ୟାଡମିଟନ ପ୍ରତିଯୋଗିତାରେ ଭୁବନେଶ୍ୱର ଓ ଖୋର୍ଦ୍ଧା ଚମ୍ପିିୟାନ

କଟକ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)-କଟକ ବିଡାନସୀସ୍ଥିତ ଖେଳପଡ଼ିଆ ଠାରେ ୨ଦିନ ଧରି ଚାଲିଥିବା ବଲ ବ୍ୟାଡମିଟନ ଓଡ଼ିଶା ସଙ୍ଘ ଓ କଟକ ବଲ ବ୍ୟାଡମିଟନ ସଙ୍ଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ୨୬ ତମ ସବ ଜୁନିଅର ବାଳକ ଓ ବାଳିକା ରାଜ୍ୟ ବଲ ବ୍ୟାଡମିଟନ ପ୍ରତିଯୋଗିତା ୨୦୧୯ ଉଦଯାପିତ ହୋଇଯାଇଛି  । ଏହି ପ୍ରତିଯୋଗିତାରେ ରାଜ୍ୟର ୧୬ ଟି ବାଳକ ଦଳ ଓ ୧୪ ଟି ବାଳିକା ଦଳ ମୋଟ ୩୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୫୦ ଜଣ ଅଫିସିଆଲ ଯୋଗ ଦେଇଥିଲେ  । ବାଳିକା ବିଭାଗରେ ଭୁବନେଶ୍ୱର ୩୬- ୩୪ ଓ ୩୫-୩୦ ପଏନ୍ଟରେ କଟକକୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ବାଳକ ବିଭାଗରେ ଖୋର୍ଦ୍ଧାକୁ ୩୫-୨୩ ଓ ୩୫-୨୯ ପଏନ୍ଟରେ ଜଗତସିଂହପୁରକୁ ହରାଇ ଚମ୍ପିିୟାନ ହୋଇଛି  । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ବିଧାୟକ ଇଂ.ମହମ୍ମଦ ମୋକିମ, ସମ୍ମାନୀୟ ଅତିଥି କଟକ ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାୟ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ  । ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଙ୍ଘର ସମ୍ପାଦକ ସୁକାନ୍ତ ଦାସ, ଜିଲ୍ଲା ସଭାପତି ପାର୍ଥ ସାରଥୀ ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ସାହୁ ଉପସ୍ଥିତ ଥିଲେ  । ଚିତ ରଞ୍ଜନ ପାଇକ, ନଟବର ଦଳାଇ, ମୋଯେସ ବେହେରା, ଏସ ଡି ରେହେମାନ,ସନ୍ତୋଷ ପୃଷ୍ଟି ଓ ଲିଙ୍ଗରାଜ ପୃଷ୍ଟି ପରିଚାଳନାରେ ସହଯୋଗ କରିଥିଲେ  । ଓଡ଼ିଶା ସମାଚାର

About admin

Check Also

କବେଇଦେଇ ପ୍ରିମିୟମ ଲିଗ : ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ବାରଦା ଚମ୍ପିୟାନ

 କଟକ, ୧୫/୦୪/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବ୍ଲକ କିଶନନଗର ଉପକଣ୍ଠ  ବାରଦା ଗ୍ରାମ କବେଇସାହି ସ୍ଥିତ ମା ଅମ୍ବିକେଶ୍ୱରୀ କ୍ରିକେଟ …

Leave a Reply

Your email address will not be published. Required fields are marked *