Saturday , July 31 2021
Breaking News
Home / ବିଶେଷ / ବର୍ଷା ଜଳକୁ ଧରି ରଖିବାର ଅଭିଯାନ: ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ

ବର୍ଷା ଜଳକୁ ଧରି ରଖିବାର ଅଭିଯାନ: ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ

ଭୁବନେଶ୍ୱର, ୦୨/୦୭/୨୦୨୧(ଓଡ଼ିଶା ସମାଚାର) : ଗୃହ ଏବଂ ନଗର ଉନ୍ନୟନ ବିଭାଗ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ଟି ସହରାଂଚଳରେ ବର୍ଷା ଜଳ ଧରି ରଖିବା : ଯେଉଁଠାରେ ଏହା ପଡ଼େ ଏବଂ ଯେତେବେଳେ ଏହା ପଡେ’ ଥିମ୍ ଉପରେ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ଓଡିଶାର ୧୧୪ ଟି ସହରାଂଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲୁ୍ୟଏଚଏସ ) ର୍ନିମାଣ ଲକ୍ଷ୍ୟ ନେଇ ଏହି ଅଭିଯାନ ୧୫ ଏପ୍ରିଲ ୨୦୨୧ ରେ ଆରମ୍ଭ ହୋଇଛି । ସମୟସୀମା ମଧ୍ୟରେ ଉଦ୍ଧିଷ୍ଟ ଫଳାଫଳ ହାସଲ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନେତୃତ୍ୱରେ ଏହି ଅଭିଯାନ ଏକ ମିଶନ ମୋଡରେ ନିଆଯାଇଛି । କ୍ଷେତ୍ର ସ୍ତରରେ ଏହାକୁ କାର୍ଯ୍ୟକାରିତା ଏବଂ ସଫଳତା ପାଇଁ ଏକ ଗୋଷ୍ଠି ପରିଚାଳନା ପଦ୍ଧତି ଗ୍ରହଣ କରାଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ ପରି କମ୍ୟୁନିଟି ଆଧାରିତ ସଂଗଠନଗୁଡିକର ଯୋଗଦାନ (ସିବିଓ) ସହିତ ସେମାନଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ କରି କାର୍ଯ୍ୟର୍ନିବାହ ପ୍ରକ୍ରିୟାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ତେଣୁ ବର୍ତମାନ ପର୍ଯ୍ୟନ୍ତ, ବର୍ଷା ଜଳ ଧରି ରଖିବାର ଅଭିଯାନକୁ କ୍ଷେତ୍ର ସ୍ତରରୁ ବିପୁଳ ସମର୍ଥନ ମିଳୁଛି । ବିଭାଗ ପକ୍ଷରୁ ରେକର୍ଡ ସମୟ ମଧ୍ୟରେ ଅର୍ଥାତ ଦୁଇମାସ ମଧ୍ୟରେ ରାଜ୍ୟର ସହରାଂଚଳର ବିଭିନ୍ନ ସ୍ଥାନରେ ୧୦,୦୦୦ ରୁ ଅଧିକ ଆରଡବ୍ଲୁ୍ୟଏଚଏସ ̈ନିର୍ମାଣ ହାସଲ କରିବାରେ ସକ୍ଷମ ହୋଇଛି । ଏହି ସମସ୍ତ ୧୦,୦୦୦ ଆରଡବ୍ଳୁ୍ୟଏଚଏସ କମ ମୂଲ୍ୟର ସଂରଚନା ଅଟେ ଯାହାକି ରାଜ୍ୟରେ ବିଦ୍ୟମାନ ଥିବା ହାଇଡ୍ରୋ-ଜିଓଲୋଜିକାଲ ପାରାମିଟର ଉପରେ ଆଧାର କରି ସ୍ୱତନ୍ତ୍ର ଭାବରେ ପରିକଳ୍ପିତ । ରାଜ୍ୟର ସହରାଂଚଳ ଗୋଷ୍ଠି ମାଧ୍ୟମରେ ଏହାର ସଫଳତା ଏବଂ ଗ୍ରହଣକୁ ଦେଖି ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶାର ପଶ୍ଚିମ, ଉତର ଏବଂ ଦକ୍ଷିଣ ଭାଗରେ ଆହୁରି ୧୦,୦୦୦ ରୁ ଅଧିକ ଆରଡବ୍ଲୁ୍ୟଏଚ ଏସ ର୍ନିମାଣ କରିବାକୁ ନିଷ୍ପତି ନେଇଛି ।
ଏପର୍ଯ୍ୟନ୍ତ ଆରଡବ୍ଲୁ୍ୟଏଚ ଏଚ ର ଯାତ୍ରା
ରାଜ୍ୟର ୧୧୧ ପୌରାଂଚଳର ୧,୯୯୦ ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା ଯୋଜନା କରାଯାଇଛି
ଏପର୍ଯ୍ୟନ୍ତ ପ୍ରାୟ ୧୫,୦୦୦ ସାଇଟ୍ ଚୟନ କରାଯାଇଛି, ୧୪,୬୦୦ ଯୋଜନା ଏବଂ ଆକଳନ ୭୦ କୋଟି ଟଙ୍କା ପ୍ରସ୍ତୁତ ଏବଂ ୧୪,୦୦୦ କାର୍ଯ୍ୟାଦେଶ ଜାରି ହୋଇଛି ।
୧୦,୧୭୬ ଆରଡବ୍ଲୁ୍ୟଏଚଏସ ଏପର୍ଯ୍ୟନ୍ତ ସମାପ୍ତ ହୋଇଛି ଏବଂ ୧୦ ଜୁଲାଇ ୨୦୨୧ ସୁଦ୍ଧା ୧୨,୦୦୦ ଲକ୍ଷ୍ୟ ହାସଲ କରିବାକୁ ଆଶା କରାଯାଉଛି । ୭୬୯୮ ଏମଏସଜି ଏବଂ ଏସଡିଏ ଗୋଷ୍ଠୀ ଏହି ଅଭିଯାନ ଚଳାଇବା ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ହୋଇଛନ୍ତି ।
ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡିଶା ଅନ୍ୟତମ ଜଳ ବହୁଳ ରାଜ୍ୟ ଭାବରେ ପରିଗଣିତ । ବର୍ଷା ହେଉଛି ଓଡିଶାର ଜଳର ମୁଖ୍ୟ ଉତ୍ସ ଯାହା ସାରା ରାଜ୍ୟରେ ୧୨୦୦ ମିଲିମିଟରରୁ ୧୮୦୦ ମିଲିମିଟର ମଧ୍ୟରେ ବର୍ଷିଥାଏ । ଯଦିଓ ଓଡିଶାରେ ହାରାହାରି ବୃଷ୍ଟିପାତ ୧୪୦୦ ମିଲିମିଟର ପରିମାପ କରାଯାଏ, ଏହା ବିଭିନ୍ନ ସ୍ଥାନରେ ସମାନ ଭାବରେ ହୋଇନଥାଏ । ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ ଓଡିଶା ପ୍ରାୟ ୭୬% ବୃଷ୍ଟିପାତ ହୁଏ ଏବଂ ବର୍ଷସାରା ଅବଶିଷ୍ଟ ୨୪% ବୃଷ୍ଟିପାତ ହୋଇଥାଏ । ରାଜ୍ୟ ବ୍ୟାପକ ଭାବରେ ଦୁଇଟି କୃଷି-ଜଳବାୟୁ ଜୋନ୍, ଅର୍ଥାତ ଉପକୂଳବର୍ତୀ ଅଂଚଳ ଏବଂ ଉଚ୍ଚଭୂମି ଅଂଚଳରେ ବିଭକ୍ତ । ଉଚ୍ଚଭୂମି ଅଂଚଳର କିଛି ଅଂଶ ହେଉଛି ରାଜ୍ୟର ବର୍ଷା ଛାୟା ଅଂଚଳ । ତେଣୁ, ମାଟି ଉପରେ ବୋହି ଯାଉଥିବା ଜଳ ଉତ୍ସକୁ ଧରିବା ପାଇଁ ପର୍ଯ୍ୟାପ୍ତ ପରିସର ଅଛି ଯେଉଁଠାରେ ଏଥିପାଇଁ ଜ୍ଞାନକୌଶଳ ବ୍ୟବହାର କରିବାକୁ ପଡ଼େ । ରାଜ୍ୟର ସହରାଂଚଳରେ ଜଳ ଅଭାବର ମୁଖ୍ୟ ଆହ୍ୱାନକୁ ସମାଧାନ କରି ବର୍ଷା ଜଳ ଅମଳ ସଂରଚନା ଗଠନ ଦ୍ୱାରା ବର୍ଷା ଜଳକୁ ଧରି ରଖିବା । ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜ ବୃଦ୍ଧି ପାଇଁ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ରାଜ୍ୟର ୧୧୪ ପୌରାଂଚଳ ମଧ୍ୟରେ ଥିବା ସମସ୍ତ ୨୦୩୫ ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲୁ୍ୟଏଚ ଏସ ) ର୍ନିମାଣ କରିବାକୁ ନିଷ୍ପତି ନେଇଥିଲା । ରାଜ୍ୟର ସହରାଂଚଳରେ ରହୁଥିବା ଗରିବ ଏବଂ ଅଭାବୀ ଲୋକମାନଙ୍କୁ ମଜୁରୀ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଏକ ନିୟମିତ ଯୋଜନା ‘ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା / ୟୁଡବ୍ଲୁ୍ୟଇଆଇ) ଅଧୀନରେ ଏହି ପଦକ୍ଷେପ ନିଆଯାଇଛି । ବୈଷୟିକ ସମ୍ଭାବ୍ୟତା ଏବଂ ସ୍ଥାନ ଉପଲବ୍ଧତା ଅନୁଯାୟୀ ସମସ୍ତ ପୌରାଂଳରେ ଉପଲବ୍ଧ ଥିବା ପାର୍କ, ଖେଳ ପଡିଆ, ଖୋଲା ସ୍ଥାନ ଏବଂ ଖାଲି ଜମିରେ ଆରଡବ୍ଲୁ୍ୟଏଚଏସ ର୍ନିମାଣ କରାଯାଉଛି । ଆରଡବ୍ଲୁ୍ୟଏଚ ଏସ ର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ପ୍ରମୁଖ ସଚିବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପରାମର୍ଶଦାତାଙ୍କୁ ନେଇ ଏକ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ସ୍ୱଚ୍ଛତା ଏବଂ ଉତରଦାୟି ପଦକ୍ଷେପ ନିଶ୍ଚିତ କରିବାକୁ, ଗୃହ ଓ ନଗର ଉନ୍ନୟନ ବିଭାଗ ଆରଡବ୍ଲୁ୍ୟଏଚ ଏସର ତୃତୀୟ ପକ୍ଷ ଯାଂଚ ସହିତ ବିଭିନ୍ନ ରଣନୀତି ଦର୍ଶାଇ ଏକ ମାର୍ଗଦର୍ଶିକା ଜାରି କରିଛି । କ୍ଷେତ୍ର ସ୍ତରରେ ଆରଡବ୍ଲ୍ୟଏଚଏସର ୧୦୦% ତୃତୀୟ ପକ୍ଷ ଯାଂଚ କରିବା ପାଇଁ ଇନହାଉସ୍ ବୈଷୟିକ ସମ୍ବଳକୁ ନିର୍ଦ୍ଧେଶ ଦେବା ପାଇଁ ବିଭାଗ ଏକ ଟୁଲକିଟ ଜାରି କରିଛି । ସ୍ୱଚ୍ଛତା ଏବଂ ଉତରଦାୟିତ୍ୱ ପଦକ୍ଷେପକୁ ଆହୁରି ଦୃଢ କରିବାକୁ, ପାଇଲଟ୍ ଆଧାରରେ କାର୍ଯ୍ୟଦକ୍ଷତା ଉନ୍ନତି ଏବଂ ଫଳାଫଳ ମାପ ପାଇଁ ଏକ ଉପକରଣ ଭାବରେ ସାମାଜିକ ଅଡିଟ୍ ଉପସ୍ଥାପନ କରିବାକୁ ବିଭାଗ ନିଷ୍ପତି ନେଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଚାଲିଥିବା ମୁକ୍ତା ପଦକ୍ଷେପରେ ମିଶନ୍ ଶକ୍ତି ଗୋଷ୍ଠୀର ଯୋଗଦାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ / ମହାସଂଘ ଏବଂ ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ କାର୍ଯ୍ୟକାରୀ ସଂସ୍ଥା ଭାବରେ ଆରଡବ୍ଲୁ୍ୟଏଚଏସ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରା ସମଗ୍ର ରାଜ୍ୟରେ ମିଶନ ଶକ୍ତି ଅଧୀନରେ ସୃଷ୍ଟି ହୋଇଥିବା ଏସଏଚଜି ଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ସଶକ୍ତିକରଣ ହୋଇପାରିବ । ଏହି ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ, ଆଇନ , ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ସଫଳତାରେ ଖୁସି ବ୍ୟକ୍ତ କରି ଶ୍ରୀ ଜେନା କହିଛନ୍ତି ଯେ ଗୃହ ଓ ନଗର ଉନ୍ନୟନ ବିଭାଗ ମାତ୍ର ୭୫ ଦିନ ବ୍ୟବଧାନରେ ଓଡିଶାର ୧୧୪ ପୌରାଂଚଳରେ ୧୦ହଜାର ଆରଡବ୍ଲୁ୍ୟଏଚଏସ ପ୍ରତିଷ୍ଠା କରି “କ୍ୟାଚ ଦି ରେନ ̈” ଅଭିଯାନରେ ଏକ ମାଇଲଖୁଂଟ ସ୍ଥାପନ କରିଛି । ଏହାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟର ପଶ୍ଚିମ, ଉତର ଓ ଦକ୍ଷିଣ ଭାଗରେ ଥିବା ପୌରାଂଚଳଗୁଡିକରେ ଆଉ ୧୦ହଜାର ଆରଡବ୍ଲୁ୍ୟଏଚଏସ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *