Sunday , June 20 2021
Home / କୃଷି / ବର୍ଷା ଆରମ୍ଭ ,ଚାଷୀକୂଳ ଆଶ୍ୱସ୍ତ

ବର୍ଷା ଆରମ୍ଭ ,ଚାଷୀକୂଳ ଆଶ୍ୱସ୍ତ

ପାଟକୁରା ୨୫/୭/୨୦୧୯(ଓଡ଼ିଶା ସମାଚାର)- ଦୀର୍ଘ ଦିନ ହେଲା ବର୍ଷା ଛାଡିଯାଇଥିବାରୁ ଚାଷୀମାନେ ହତାଶ ହୋଇପଡିଥିବାବେଳେ, ଗତ କିଛି ଦିନ ହେଲା ପ୍ରଚଣ୍ଡ ଟାଣ ଖରା ଯୋଗୁଁ ପାଟକୁରା ଅଂଚଳରେ ତଳିପଡିଥିବା ଚାଷ ଜମିଗୁଡିକ ଫାଟିଯାଇ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ବୁଣାଯାଇଥିବା ବିଅଳି ଧାନ ଗଛଗୁଡିକର ଅଗ ପତ୍ର ସବୁ  ଖରାରେ ପୋଡି ଯାଇ  ନାଲି ପଡିଯାଇଥିଲା । ସେହିପରି ତଳିପଡିଥିବା ଜମିରେ ଟାଣ ଖରାଯୋଗୁଁ ଜମି ଫାଟି ଯାଇଥିବାର ଦେଖାଯାଇଥିଲା । କେତେକ ବାଲିଆ ମାଟି ଜମିରେ ଟାଣ ଖରା ଯୋଗୁଁ ଧାନ ଗଛର ପତ୍ରଗୁଡିକ ପୋଡିଯାଇଥିଲା । ଏପରିକି ବାଡି ବଗିଚାରାରେ ଲଗାଯାଇଥିବା ପନିପରିବା ଗଛ ମଧ୍ୟ ବର୍ଷା ଅଭାବରୁ ଶୁଖିଯାଇଥିଲା । ମାତ୍ର ଆଜି ସକାଳ ସମୟରୁ  ମେଘୁଆ ପାଗ ରହିବା ଏବଂ ପୂର୍ବାହ୍ନରୁ ଝିପିଝିପି ବର୍ଷା ଲାଗି ରହିବା ସାଙ୍ଗକୁ ଅପରାହ୍ନରେ ଅସରାଏ ଦି’ଅସରା ଭଲ ଭାବରେ ବର୍ଷା ହୋଇଥିବାରୁ ଚାଷୀକୂଳ ଏକ ପ୍ରକାର ଆଶ୍ୱସ୍ତିପ୍ରକାଶ କରିଛି । ଏହି ବର୍ଷା ପାଣିକୁ ଅଟକାଇବା ପାଇଁ ଚାଷୀମାନେ ଜମିକୁ ଯାଇ ଜମିର ହିଡ ବାନ୍ଧୁଥିବାର ଦେଖାଯାଇଛି । ଏହିପରି ଦିନେ ଦୁଇ ଦିନ ବର୍ଷା ଲାଗି ରହିଲେ ଚାଷ କାର୍ଯ୍ୟ ଆଗେଇବ ବୋଲି ଅଂଚଳର ବରିଷ୍ଠ ଚାଷୀମାନେ ମତ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *