Thursday , June 24 2021
Breaking News
Home / କୃଷି / ବର୍ଷାର ଅଭାବ ,ଜମିବାଡି ଶୁଖିବାକୁ ବସିଲାଣି

ବର୍ଷାର ଅଭାବ ,ଜମିବାଡି ଶୁଖିବାକୁ ବସିଲାଣି

ପାଟକୁରା ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)- ଗତ ଦୁଇ ସପ୍ତାହ ହେଲା  ଅଂଚଳରେ ବର୍ଷା ନାହିଁ । ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବା ଓ ଚାଷ ଜମି ଟାଣ ହୋଇଥିବା ଯୋଗୁଁ ଜମିରେ ବୁଣାଯାଇଥିବା ଧାନ ତଳି ଗଛଗୁଡିକ ନାଲି ପଡିଯାଇ ଶୁଖିଯିବାକୁ ଆରମ୍ଭ କରିଥିବାବେଳେ,ଗତ ବର୍ଷାରେ ଧାନଗଛ ଗୁଡିକ ଜୀବନ୍ୟାସ ପାଇଲା ଭଳି ପରିସ୍ଥିତିସୃଷ୍ଟି ହୋଇଥିଲା । ପଦ୍ମପୁର, କିଣିଲୋ ,ଗୋତ୍ରବିଲ,ମହମ୍ମୁଦା, ଶ୍ରୀଚନ୍ଦନପୁର, ହରିଦାସପୁର, ବିଚଣା, ପାଟକୁରା , ଜଗଦ୍ଦଳପୁର ଓ ପାଖଡ ଆଦି ଗ୍ରାମମାନଙ୍କରେ ବୁଣାଯାଇଥିବା ଏବଂ ରୁଆ ବେଉଷଣ କରାଯାଇଥିବା ବିଆଳି କିସମ ଧାନ ଜମିରେ ପାଣି ଅଭାବରୁ ଗଛଗୁଡିକ   ଶୁଖିବାକୁ ବସିଲାଣି । ମାତ୍ର ଗତ କିଛି ଦିନ ହେଲା ବର୍ଷା  ସମ୍ପୂର୍ଣ୍ଣ ଛାଡି ଯାଇଥିବା ବେଳେ, ଜମି ସବୁ ଶୁଖିଯିବାକୁ ବସିଲାଣି । ଆକାଶରେ ବାଦଲ ବର୍ଷା ଅଛି,ହେଲେ ମେଘ ହେଉ ନ ଥିବାରୁ ଚାଷୀକୂଳ ହତାଷ୍ ହୋଇପଡିଛନ୍ତି । ଆଗାମୀ  ଦୁଇ,ଚାରି ଦିନ ମଧ୍ୟରେ ବର୍ଷା ନ ହେଲେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *