Sunday , June 20 2021
Breaking News
Home / ବିଶେଷ / ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଅକାଳ ବିୟୋଗ

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୧୮/୦୮/୨୦୧୯(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ ଘଟିଛି । ଗତକାଲି ତାଙ୍କୁ କିମ୍ସ ହସପିଟାଲରେ ଭର୍ତି କରାଯାଇ ଆଇସିୟୁ ଭେଂଟିଲେଟରରେ ଲଗାଯାଇ ଚିକିତ୍ସା କରାଯାଉଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିିଛି ।
ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମ୍ବାଦ ଖବର କାଗଜର ଏଡ଼ିଟୋରିଆଲ ପୃଷ୍ଠାର ଏଡ଼ିଟର ରଣଜିତ ଗୁରୁ ଶନିବାର ରାତି ଗୋଟାଏ ବେଳେ ୬୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କ ଘର ବରଗଡ଼ ଜିଲା ଗୋଡ଼ଭଗା ନିକଟସ୍ଥ ମହାଖଣ୍ଡ ଗ୍ରାମରେ । ତାଙ୍କର ଅଧ୍ୟାପିକା ପତ୍ନୀ ଓ ଡ଼ାକ୍ତର ଝିଅ ଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କର ଏହି ଅକାଳ ମୃତ୍ୟୁରେ ଓଡ଼ିଶା ସମାଚାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ତାଙ୍କ ଆତ୍ମାର ସଦଗତି କାମନା କରାଯିବା ସହ ପତ୍ନୀ ଓ ଝିଅ ଙ୍କୁ ଭଗବାନ ଧର୍ଯ୍ୟ ଦିଅନ୍ତୁ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *