Wednesday , June 23 2021
Breaking News
Home / ବିଶେଷ / ବରିଷ୍ଠ ନାଗରିକଙ୍କୁ ଜିଲ୍ଲାପାଳଙ୍କ ଅସୌଜନ୍ୟ ବ୍ୟବହାର ଅଭିଯୋଗ

ବରିଷ୍ଠ ନାଗରିକଙ୍କୁ ଜିଲ୍ଲାପାଳଙ୍କ ଅସୌଜନ୍ୟ ବ୍ୟବହାର ଅଭିଯୋଗ

କେନ୍ଦ୍ରାପଡ଼ା, ୦୪/୦୫/୨୦୨୧(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟଳୟକୁ ସୋମବାର ପୂର୍ବାହ୍ନରେ ଅଭିଯୋଗ କରିବାକୁ ଆସିଥିବା ଜନୈକ ବରିଷ୍ଠ ନାଗରିକଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ବ୍ଲକର ବାରୋ ପଂଚାୟତର ଅଧିବାସୀ ଭାଗିରଥୀ ଜେନା ଅନ୍ୟମାନଙ୍କ ସହ ପଂଚାୟତର ବିଭିନ୍ନ ବେଆଇନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ । ଶ୍ରୀ ଜେନା ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ଅଭିଯୋଗ କରୁଥିବା ସମୟରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ତାଙ୍କୁ ତୁ ,ତା କହିବାରେ ସେ ଏହାର ପ୍ରତିବାଦ କରି ତାଙ୍କ ଭଳି ଜଣେ ବରିଷ୍ଠ ନାଗରିକଙ୍କୁ ଏଭଳି ବ୍ୟବହାର ନକରିବାକୁ କହିଥିଲେବି ଜିଲ୍ଲାପାଳ ତାହା ଶୁଣିନଥିଲେ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *