Thursday , June 24 2021
Breaking News
Home / ବିଶେଷ / ବରଯାତ୍ରୀ ଯାଇ ପୁଅ ନ ଫେରିବାରୁ ଥାନାରେ ଅଭିଯୋଗ

ବରଯାତ୍ରୀ ଯାଇ ପୁଅ ନ ଫେରିବାରୁ ଥାନାରେ ଅଭିଯୋଗ

ନିରାକାରପୁର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଡ଼ିଆ ଗ୍ରାମର ଜଣେ ଯୁବକ ବରଯାତ୍ରୀ ଯାଇ ଘରକୁ ନ ଫେରିବାରୁ ଜଙ୍କିଆ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କି ଡ଼ିଆ ଗ୍ରାମର ତ୍ରିନାଥ ବାରିକଙ୍କ ମଝିଆ ପୁତ୍ରର ଜଙ୍କିଆ ଥାନା ରମାବିଲି ଗ୍ରାମକୁ ୯ ତାରିଖ ବୁଧବାର ବାହଘର ଆସିଥିଲା । ବର ସହିତ ଡ଼ିଆ ଗ୍ରାମର କିଛି ଲୋକଙ୍କ ସହ ଡ଼ିଆ କେଦାର ସାହୁଙ୍କ ପୁତ୍ର ବିକାଶ ସାହୁ (୨୯) ମଧ୍ୟ ବରଯାତ୍ରୀଭାବେ ରମାବିଲି ଯାଇଥିଲା । ରମାବିଲିରେ ବରଗାଡ଼ି ଶୋଭାଯାତ୍ରାରେ ଗଲାବେଳେ ଉକ୍ତ ଗ୍ରାମର କିଛି ଯୁବକଙ୍କ ସହ କିଛି ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପରେ ଏହାର ସମାଧାନ ହେବା ପରେ ବରଯାତ୍ରୀମାନେ ଭୋଜି ଖାଇ ଫେରୁଥିବାବେଳେ ପୁନର୍ବାର ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ବରଯାତ୍ରୀମାନେ ଛତ୍ରଭଙ୍ଗ ଦେଇ ଘରକୁ ଫେରିଥିଲେ । କିନ୍ତୁ ସକାଳ ପର୍ଯ୍ୟନ୍ତ ବିକାଶ ନ ଫେରିବାରୁ ତାଙ୍କ ପରିବାର ଲୋକ ରମାବିଲି ଯାଇ ବହୁ ଖୋଜାଖୋଜି କରି ବିକାଶକୁ ନ ପାଇବା ପରେ ଆଜି ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜଙ୍କିଆ ଥାନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *