Thursday , June 24 2021
Breaking News
Home / ତାଜା ଖବର / ବନ ବିଭାଗ ପକ୍ଷରୁ କାଠ ଗୋଦାମ ଉପରେ ଚଢାଉ

ବନ ବିଭାଗ ପକ୍ଷରୁ କାଠ ଗୋଦାମ ଉପରେ ଚଢାଉ

ଭଦ୍ରକ, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ବନ ବିଭାଗ ପକ୍ଷରୁ ଭଦ୍ରକ ଜିଲାର ବନ୍ତ ଠାରେ ଏକ ଚୋରା କାଠ ଗୋଦାମ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ୍ ମହଜୁଦ କାଠକୁ ଜବତ କରାଯାଇଛି । ଏହି ବ୍ଲକ୍ର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବେଆଇନ୍ କାଠଗୋଲା ଖୋଲାଯାଇ ଦିନ ଦ୍ୱିପ୍ରହରରେ ବ୍ୟବସାୟ ଚାଲିଆସୁଥିଲାବେଳେ ବନ ବିଭାଗର ନିଦ ଭାଙ୍ଗିନଥିଲା । ମାସିକିଆ ଚାନ୍ଦା ନେଇ ବନ ବିଭାଗର କର୍ମଚାରୀମାନେ ଏହି ଚୋରା ବେପାରକୁ ପ୍ରୋତ୍ସାହନ ଦେଇଆସୁଥିବାବେଳେ ଏବେ ଜିଲାରେ ନୂଆକରି କାର୍ଯ୍ୟଭାର ଗ୍ରହଣ କରିଥିବା ଡିଏଫଓ ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି । ନୂତନ ଡିଏଫଓ ଦାୟିତ୍ୱ ନେବାପରେ ବିଭିନ୍ନ ଚୋରା କରତ କଳ ଉପରେ ଚଢାଉ ଜାରି ରଖିଥିବାବେଳେ ଏବେ ବେଆଇନ୍ କାଠଗୋଲା ଉପରେ ଚଢାଉ ଜାରି କରିଛନ୍ତି । ବନ୍ତ ବଜାରରେ ୩ଟି ସରକାରୀ କାଠଗୋଲା ଥିବାବେଳେ ବହୁ ବେଆଇନ୍ କାଠଗୋଲା ଚାଲିଆସୁଥିଲା । ବନ୍ତ କେନ୍ଦୁଆପଦା ଛକରେ ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ଟି କାଠଗୋଲାରୁ ଚାକୁଣ୍ଡା, ୟୁକାଲି ପଟାସ ସମେତ ବିଭିନ୍ନ କାଠ ଜବତ କରାଯାଇଛି । ଯାହାର ପରିମାଣ ୩ ଶହ ସିଫ୍ଟରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି । ଜବତ ସମସ୍ତ କାଠକୁ ଜିଲା ବନ ବିଭାଗ କାର୍ଯ୍ୟାଳୟ ସାତଭଉଣୀକୁ ନିଆଯାଇଛି । ଭଦ୍ରକ ଡିଏଫଓ ପି. ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ବିରାଜ ମୋହନ ମହାନ୍ତି, ବରିଷ୍ଠ ବନପାଳ ଜଗନ୍ନାଥ ମିଶ୍ର, ରେଂଜର ସମୀର କୁମାର ରାଉତଙ୍କ ସମେତ ପୁଲିସ୍ ଫୋର୍ସ ଏହି ଚଢାଉରେ ସାମିଲ ଥିଲେ । ଚଢାଉ ବେଳେ ଦୀପକ କୁମାର ରାଉତ ମାଝିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *