Sunday , June 20 2021
Home / ବିଶେଷ / ବନ୍ୟାବିପତି ଆଟ୍ଲାସ୍ ଉନ୍ମୋଚିତ

ବନ୍ୟାବିପତି ଆଟ୍ଲାସ୍ ଉନ୍ମୋଚିତ

ଭୁବନେଶ୍ୱର,୨୩/୦୬/୨୦୧୯(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକ ବନ୍ୟାବିପତିି ଆଟ୍ଲାସ୍ ଉନ୍ମୋଚନ କରିଛନ୍ତି । ଏହାକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଏକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବନ୍ୟା ପ୍ରତିବର୍ଷ ଅନେକ ଧନଜୀବନ ଓ ଜୀବିକା ନଷ୍ଟ କରୁଛି । ଉକ୍ତ ଆଟ୍ଲାସ ଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବିପତି ଅଂଚଳଗୁଡ଼ିକୁ ଚିହ୍ନଟ କରାଯାଇ ଏହାର ମୁକାବିଲା କରିବାକୁ ଉପଯୁକ୍ତ ଯୋଜନା ଓ ପ୍ରସ୍ତୁୂତି କରାଯାଇପାରିବ । ବନ୍ୟା ପରିଚାଳନାରେ ଏହି ଆଟଲାସ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ ରାଜ୍ୟର ଏହି ୪ଟି ଜିଲ୍ଲାକୁ ବନ୍ୟା ପ୍ରବଣ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି । ପ୍ରତି ବର୍ଷ ଏହି ୪ଟି ଜିଲ୍ଲା ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି । ରାଜ୍ୟର ବନ୍ୟା ଓ ଅନ୍ୟ ବିପର୍ଯ୍ୟୟ ପ୍ରବଣ ଅଂଚଳକୁ ଚିହ୍ନଟ କରିବା ଲାଗି ବନ୍ୟା ବିପତି ଆଟ୍ଲାସ୍ ପ୍ରସ୍ତୁତ ହୋଇଛି । ତେବେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ବିପର୍ଯ୍ୟୟ ପୂର୍ବରୁ ଏଥିରେ ହେବାକୁ ଥିବା କ୍ଷୟକ୍ଷତିକୁ କିଭଳି ଆକଳନ କରାଯିବ ସେନେଇ ଆଟ୍ଲାସ୍ ପ୍ରସ୍ତୁତ କରାଯାଇଛି । କେତେ ଅଂଚଳ ବନ୍ୟା ପ୍ରବଣ, କେତେ ଅଂଚଳ ଯାଏଁ ପାଣି ମାଡ଼ିବ ତାହା ଏଥିରୁ ରିପୋର୍ଟ ମିଳିପାରିବ । ସୂଚନାଯୋଗ୍ୟ ଯେ, ୨୦୦୦-୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇଥିବା ବନ୍ୟା ସମ୍ପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ କରାଯାଇ ଏହି ଆଟଲାସ ପ୍ରସ୍ତୁତ କରାଯାଇଛି । ଏଥିରୁ ଜଣାପଡ଼ିଛି ଯେ ବର୍ଷକୁ ରାଜ୍ୟର ପ୍ରାୟ ୧୪ ଲକ୍ଷ ହେକ୍ଟର୍ ଚାଷଜମି ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ଆଟଲାସ ସହାୟତାରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଅଂଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରିବ ବୋଲି ସୂଚନା ଦିଆଯାଇଛି । ଇସ୍ରୋ ଏବଂ ଓଏସଡିଏମଏର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୂଚନା ଲୋକସମ୍ପର୍କ ଓ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ଏନଆରଏସସି, ଇସ୍ରୋର ନିର୍ଦ୍ଦେଶକ ଡ଼ଃ ଦିବାକର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *